high court
ଭୁବନେଶ୍ୱର : ୫୮ ବର୍ଷରେ ଜଣେ ନିଗମ କର୍ମଚାରୀଙ୍କ ଅବସର ନେଇ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ୭ ପ୍ରତିଶତ ସୁଧ ସହ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ହାଉସିଂ କର୍ପୋରେସନର ବ୍ରିଜେଶ ଗିରି ନାମକ ଜଣେ ସିନିୟର ଆକାଉଣ୍ଟାଣ୍ଟ ଅଫିସରଙ୍କ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ଘୋଷଣା ଏବଂ ଲାଗୁ ମଧ୍ୟରେ ବଳି ପଡ଼ିଥିଲେ ବ୍ରିଜେଶ। ଘୋଷଣା ଦିନରୁ ଲାଗୁ ମଧ୍ୟରେ ଥିବା ୧୪ ମାସ ପାଇଁ ବ୍ରିଜେଶ ଫସିଥିଲେ । ଏପରିକି ୬୦ ବର୍ଷ ଘୋଷଣା ସତ୍ତ୍ୱେ ଲାଗୁ ହୋଇନଥିବାରୁ ଅବସର ନେବାକୁ ପଡ଼ିଥିଲା ତାଙ୍କୁ । ଲାଗୁ ନେଇ ୧୪ ମାସ ବିଳମ୍ବ ପାଇଁ ସରକାରଙ୍କୁ ହାଇକୋର୍ଟ ଭର୍ତ୍ସନା କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।
ସଂପୃକ୍ତ କର୍ମଚାରୀଙ୍କୁ ସୁଧ ସହ ବକେୟା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଅଧିନରେ ଥିବା ଯେ କୌଣସି ବି ନିଗମ ଯେବେଠୁ ନିଷ୍ପତ୍ତି ନେଇଛନ୍ତି, ସେବେଠୁ ଲାଗୁ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/high-court-1_1626690903.jpg)