Advertisment

Teacher Draws Double Pension and Gratuity: ଶିକ୍ଷକ ପାଉଛନ୍ତି ଦୁଇଟି ପେନସନ, ଦୁଇ ଥର ଉଠାଇଛନ୍ତି ଗ୍ରାଚୁଇଟି ଅର୍ଥ

ଅବସର ପରେ ଜଣେ ଶିକ୍ଷକ ଦୁଇ ଦୁଇଟି ପେନସନ ପାଉଥିବା ଅଭିଯୋଗ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ସମ୍ନାକୁ ଆସିଛି ଏଭଳି ଘଟଣା।

Teacher

Teacher Photograph: (OTV)

Advertisment

ଅବସର ପରେ ଜଣେ ଶିକ୍ଷକ ଦୁଇ ଦୁଇଟି ପେନସନ ପାଉଥିବା ଅଭିଯୋଗ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ସମ୍ନାକୁ ଆସିଛି ଏଭଳି ଘଟଣା। ଅଭିଯୋଗ ଆସିଛି ମୋହନା ବ୍ଲକ୍ ବେତାରସିଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ନାଁରେ । 

Advertisment

ଗତ ୨୦୧୦ ମସିହାରେ ରାଧାକୃଷ୍ଣ ବିଦ୍ୟାଳୟରୁ ଅବସର ନେଇଥିଲା। ସେତେବେଳର ତତ୍କାଳୀନ ମୋହନା ବିଡ଼ିଓ ରାଧାକୃଷ୍ଣଙ୍କ ନାଁରେ ପେନସନ ଲାଗୁ କରିବା ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କୁ ସୁପାରିଶ କରିଥିଲେ।  ହେଲେ ପେନସନ ଲାଗୁ ହେବା ପରେ ପୁଣି ୨୦୧୧ରେ ପେନସନ ଲାଗୁ ପାଇଁ ଡିଆଇଙ୍କୁ ସୁପାରିଶ କରିଥିଲେ ତତ୍କାଳିନ ବିଡିଓ। 

ଶିକ୍ଷକ ଜଣକ ଆର୍. ଉଦୟଗିରୀ ଟ୍ରେଜାରି ଅଫିସରୁ ପେନସନ ପାଉଥିବା ବେଳେ ଏବେ ବ୍ରହ୍ମପୁର ସେଣ୍ଟ୍ରାଲ ଟ୍ରେଜାରୀ ଅଫିସରୁ ମଧ୍ୟ ପେନସନ ପାଇ ଆସୁଛନ୍ତି। କେବଳ ସେତିକି ନୁହେଁ ଶିକ୍ଷକ ଜଣକ ଦୁଇ ଥର ଗ୍ରାଚୁଇଟି ଅର୍ଥ ଉଠାଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି Odisha Controler Of Accounts।

Advertisment

ସେପଟେ ବିଇଓ କହିଛନ୍ତି, ରିପୋର୍ଟ ଆସିବା ପରେ ସରକାର ନିୟମନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏନେଇ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ଘଟଣାକୁ ସ୍ବୀକାର କରିଛନ୍ତି। କହିଛନ୍ତି, ମୋର ଅଜାଣତରେ ଟଙ୍କା ଡିପୋଜିଟ୍ ହୋଇଛି। ମୁଁ ଏବେ ଜାଣିବା ପରେ ଲେଖିତ ଭାବେ ଜଣାଇଛି।

ଶିକ୍ଷକ ପାଉଛନ୍ତି ଦୁଇଟି ପେନସନ
ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ସମ୍ନାକୁ ଆସିଲା ଘଟଣା
ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ନାଁରେ ଅଭିଯୋଗ
ମୋହନା ବ୍ଲକ୍ ବେତାରସିଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ
ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିସ୍ ଆଧାରରେ ପେନସନ୍
ଆର୍. ଉଦୟଗିରୀ ଟ୍ରେଜାରି ଅଫିସରୁ ଆଣୁଛନ୍ତି ପେନସନ୍ 
ବ୍ରହ୍ମପୁର ସେଣ୍ଟ୍ରାଲ ଟ୍ରେଜାରୀ ଅଫିସରୁ ମିଳୁଛି ପେନସନ୍ 
ଶିକ୍ଷକ ଜଣଙ୍କ ଦୁଇ ଥର ଗ୍ରାଚୁଇଟି ଅର୍ଥ ଉଠାଇଥିବା ଅଭିଯୋଗ 
ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଲେ Odisha Controler Of Accounts
ରିପୋର୍ଟ ଆସିବା ପରେ ସରକାର ନିୟମନୁଯାୟୀ କାର୍ଯ୍ୟାନୁଷ୍ଠାନ: ବିଇଓ

Advertisment
Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ