Advertisment

ବରୁଣେଇରେ ପିକ୍‌ନିକ୍‌ ମନା

ଖୋର୍ଦ୍ଧା (ବଳରାମ ଲେଙ୍କା) : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍‌ନିକ୍‌ ସ୍ପଟ୍‌ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍‌ନିକ୍‌ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବରୁଣେଇରେ ନିର୍ମାଣ ହେବାକୁ ଥିବା ସହିଦ୍‌ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]

ବରୁଣେଇରେ ପିକ୍‌ନିକ୍‌ ମନା

barunei

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା) : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍‌ନିକ୍‌ ସ୍ପଟ୍‌ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍‌ନିକ୍‌ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବରୁଣେଇରେ ନିର୍ମାଣ ହେବାକୁ ଥିବା ସହିଦ୍‌ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Advertisment

publive-imageପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇରେ ନିର୍ମାଣ ହେବ ସହିଦ୍‌ ସ୍ମାରକୀ ଓ ମ୍ୟୁଜିୟମ୍‌। ଏଥିପାଇଁ ରାଜ୍ୟ ସରକାର ୯.୪୫୬ ଏକର ଜାଗା ଦେଇଛନ୍ତି। ଆସନ୍ତା ୮ ତାରିଖରେ ଏହି ସ୍ମାରକୀର ଶିଳାନ୍ୟାସ କରାଯିବ। ଏଥିରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ସଭାରେ ୫୦୦୦ରୁ ଅଧିକ ଲୋକ ସମାଗମ ହେବେ। ସଭାସ୍ଥଳ ଚିହ୍ନଟ ହୋଇନଥିଲେ ମଧ୍ୟ ବରୁଣେଇରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

publive-imageକେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ସିକ୍ୟୁରିଟି ଉଇଙ୍ଗ ଏସ୍‌ପି କାହ୍ନୁଚରଣ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ, ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ଓ ଅନ୍ୟ ବିଭାଗର ଅଧିକାରୀମାନେ ଆଜି ବରୁଣେଇ ପାଦଦେଶରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟ କରି ଡିସେମ୍ୱର ୧ରୁ ୮ ତାରିଖ ଭିତରେ ବରୁଣେଇରେ କୌଣସି ପିକ୍‌ନିକ୍‌ ନକରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ