/odishatv-khabar/media/post_attachments/uploadimage/library/16_9/16_9_0/dharmendra_1621071793.jpg)
dharmendra pradhan
ଭୁବନେଶ୍ଵର : ରାଜ୍ୟର ୧୯ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଅନୁରୋଧ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୧୫ଟି ଜିଲ୍ଲାରେ ୧୯ଟି ପ୍ଲାଣ୍ଟ ସ୍ଥାପନ କରିବା ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। କରୋନା ମହାମାରୀ ବେଳେ ଅକ୍ସିଜେନ୍ ମୁଖ୍ୟ ସମସ୍ୟାଭାବେ ଉଭା ହୋଇଛି। ଏହାକୁ ତୁରନ୍ତ ସମାଧାନ କରିବାକୁ ଅଧିକରୁ ଅଧିକ ଅକ୍ସିଜେନ୍ ପ୍ଲାଣ୍ଟ ଆବଶ୍ୟକ। ତେଣୁ ରାଜ୍ୟର ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜରେ ୨ଟି ଲେଖାଏଁ ପ୍ଲାଣ୍ଟ ସ୍ଥାପନ କରିବାକୁ ନିବେଦନ କରାଯାଇଛି। ତାସହ କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ ସମେତ ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ପ୍ଲାଣ୍ଟ ସ୍ଥାପନ ପାଇଁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର।
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ଓ ତଦଜନୀତ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଲୋକଙ୍କ ଭିତରେ ହାହାକାର ଖେଳିଯାଇଛି। ସରକାରୀ ଓ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଇନ ବ୍ୟବସ୍ଥାକୁ ସମୟାନୁସାରେ ପରିବର୍ତ୍ତନ କରାଯିବା ସହ କଠୋର ପଦକ୍ଷେପ ମଧ୍ୟ ନିଆଯାଉଛି।
ସେପଟେ ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ରାଜ୍ୟ ଔଷଧ ନିଗମ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଛି। ନିଲାମ ପାଇଁ ଔଷଧ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଆସନ୍ତା ୧୯ ତାରିଖରେ ଏନେଇ ଅନ୍ଲାଇନ୍ ବୈଠକ ବସିବ। ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ। ୨୦ରୁ ୨୮ ତାରିଖ ମଧ୍ୟରେ ବିଡ୍ ସବ୍ମିସନ୍ କରିପାରିବେ କମ୍ପାନୀ। ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କମ୍ପାନୀ ଆବେଦନ କରିପାରିବେ। ୩ କୋଟି ୮୦ ଲକ୍ଷ ଡୋଜ୍ ଟିକା ମଗାଇବାକୁ ଓଡ଼ିଶା ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛି।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି।
ଚିହ୍ନଟ ୧୧,୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍ଣ୍ଟାଇନ୍ରୁ ୬,୬୧୧ ଚିହ୍ନଟ ହୋଇତିବା ଲୋକାଲ୍ କେସ୍ ୫୧୯୪ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି। ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଏହି ୩ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏନେଇ ଚିନ୍ତା ବଢ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)