Parade Rehearsal Photograph: (OTV)
ଦିନେ ପରେ ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଚାଲିଛି ଜୋରଦାର ଅଭ୍ୟାସ। ଆଜି ଫୁଲଡ୍ରେସ ରିହରସାଲ୍ କରାଯିବ। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ ୫୪ଟି କଣ୍ଟିଜେଣ୍ଟ।
ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁଫ୍, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ।
ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼। ସେହିପରି ବିଭିନ୍ନ ଜିଲ୍ଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ଅଂଶ ଗ୍ରହଣ କରିବେ। କୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ ସହ ସ୍କେଟିଂ ଗ୍ରୁପ।
ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ଅଭ୍ୟାସ
ଗାନ୍ଧୀ ମାର୍ଗରେ ଚାଲିଛି ଜୋରଦାର ଅଭ୍ୟାସ
ଏଥର ଭାଗ ନେଇଛନ୍ତି ୫୪ଟି କଣ୍ଟିଜେଣ୍ଟ
୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼ ଏଥର ଗଡ଼ିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/parade-rehearsal-2026-01-24-08-55-03.jpg)