Advertisment

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ। ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି । […]

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ

Capture

Advertisment

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ।

Advertisment

ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଅଣାଯିବ। ଟିକାକରଣ ପାଇଁ ଅନଲାଇନ୍ ଓ ସ୍ପଟ୍ ପଂଜୀକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଏବେ ଟିକାକରଣ ଚାଲିଥିଲେ ମଧ୍ୟ ୨ ଦିନ ମଧ୍ୟରେ ଟିକା ସରିଯିବ ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ୨ ଲକ୍ଷ ୬୦ ହଜାର କୋଭିସିଲଡ୍ ଓ ୧ ଲକ୍ଷ ୯୦ ହଜାର କୋଭାକ୍ସିନ୍ ରହିଛି। କରୋନର ମୁକାବିଲା ପାଇଁ ଉଭୟ କୋଭାକ୍ସିନ୍ ଓ କୋଭିସିଲଡ୍ ପ୍ରଭାବଶାଳୀ ବୋଲି ସେ ମତ ଦେଇଛନ୍ତି।

Advertisment

ତେବେ ଟିକାକରଣକୁ ନେଇ ଏବେ ବିବାଦ ଆରମ୍ଭ ହୋଇଗଲାଣି।  ଦେଶର ୬ଟି ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ପାଇଁ ଘୋଷଣା କରିବା ପରେ ଓଡିଶାରେ ମାଗଣା ଟିକାକରଣ ପାଇଁ ଦାବି ଜୋର ଧରିଛି। ରାଜ୍ୟ ସରକାର ଏ ସମ୍ପର୍କରେ ୨୪ ଘଣ୍ଟା ଭିତରେ ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟ ରାଜ୍ୟମାନେ ମାଗଣା ଟିକାକରଣ ନେଇ ଘୋଷଣା କରିଛନ୍ତି । ତେଣୁ ରାଜ୍ୟ ସରକାର ରାଜନୈତିକ ଇଚ୍ଛାଶକ୍ତି ଦେଖାଇ ତୁରନ୍ତ ମାଗଣା ଟିକାକରଣ ପାଇଁ ଘୋଷଣା କରିବାକୁ ସେ ଦାବି କରିଛନ୍ତି।

ପିସିିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ମଧ୍ୟ ସମସ୍ତଙ୍କୁ ମାଗଣାରେ ଟିକାକରଣ ପାଇଁ ଦାବି କରିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଟିକା ମାଗଣାରେ ଦିଆଯିବ କି ନାହିଁ ତାହା ଉପଯୁକ୍ତ ଫୋରମରେ ନିଷ୍ପତ୍ତି ନିଆଯିବ। ଆସାମ, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ବିହାର ଓ ସିକିମ୍ ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ପାଇଁ ଘୋଷଣା କରାଯାଇଛି।

Advertisment

ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି,  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି । କୁମ୍ଭମେଳାରୁ ୪ ସହ ଯିବା ତାଲିକା ଥିଲା ସେଥିରୁ ୨ ଶହ ଫେରିଛନ୍ତି। କଟକଣାକୁ କଡାକଡି କରିବା କାମ ପ୍ରଶାସନ କରୁଛି। ଏଥି ସହିତ ମେଡିକାଲ ପ୍ରସ୍ତୁତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଟିକାକରଣ ବଢାଯାଉଛି । ତେବେ ସୀମାନ୍ତ ଜିଲ୍ଲାରେ କଟକଣା ଫଳପ୍ରଦ ହେଉଛି ବୋଲି ସେ ସୂଚନା ଦେଇଛନ୍ତି । ସେଥିଲାଗି ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସଂଖ୍ୟା ନିୟନ୍ତ୍ରଣରେ ଅଛି । ମୃତ୍ୟୁ ହାର ମଧ୍ୟ କମ ଅଛି ।

ଏହାଛଡ଼ା ପ୍ରବାସୀ ମାନେ ଆମ ରାଜ୍ୟର ଲୋକ, ସେମାନେ ଯଦି ସେଠୁ ଫେରିବେ ସେମାନଙ୍କ ଲାଗି ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି।  ଯେଉଁମାନେ ଘରେ ଆଇସୋଲେସନରେ ରହିବା ସୁବିଧା ନାହିଁ, ସେମାନଙ୍କ ଲାଗି ପଞ୍ଚାୟତ ସ୍ତରରେ କ୍ଲଷ୍ଟର ଭିତ୍ତିରେ ସଂଗରୋଧ କେନ୍ଦ୍ର କରାଯାଉଛି । ଜିଲ୍ଲାପାଳମାନକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ