Advertisment

Reel obsession turns tragic: ରିଲ୍ସ ନିଶା ନେଲା ଜୀବନ.... ନାବାଳକଙ୍କୁ ଧକ୍କା ଦେଲା ଟ୍ରେନ୍

ଜାନକାଦେଇପୁର ଷ୍ଟେସନରେ ରିଲ୍ସ କରିବା ବେଳେ ନାବାଳକଙ୍କୁ ଧକ୍କା ଦେଲା ଟ୍ରେନ୍। ମୃତକ ନାବାଳକ ମଙ୍ଗଳାଘାଟର ହୋଇଥିବା ବେଳେ ମା' ଦକ୍ଷୀଣକାଳୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା।

Reels

Reels Photograph: (OTV)

Advertisment

କାଳ ହେଲା କି ରିଲ୍ସ ନିଶା ? ପୁରୀରେ ରିଲ୍ସ କରୁଥିବା ଜଣେ ନାବାଳକ ଟ୍ରେନ୍ ଧକ୍କାରେ ମୃତ୍ୟୁ ପରେ ଏଭଳି ଚର୍ଚ୍ଚା ହେଉଛି। ପୁରୀ ଚନ୍ଦନପୁର ଥାନା ଜାନକାଦେଇପୁର ଷ୍ଟେସନରେ ଘଟିଛି ଅଘଟଣ। ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନଟି  ଧକ୍କା ଦେଇଥିବା ସୂଚନା ମିଳିଛି।

Advertisment

ମୃତକ ନାବାଳକ ପୁରୀ ମଙ୍ଗଳାଘାଟର ବୋଲି କୁହାଯାଉଛି। ତାଙ୍କ ନାଁ ବିଶ୍ବଜିତ ସାହୁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଗୋଟିଏ ଟିମକୁ ଘଟଣାସ୍ଥଳ ସହ ଚନ୍ଦନପୁର ଓ ମଙ୍ଗଳାଘାଟକୁ ଯାଇଥିଲା। ତଦନ୍ତ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ। ମିଳିଥିବା ସୂଚନା ଅନୁଯାୟୀ, ନାବାଳକଟି ବିଭିନ୍ନ ସମୟରେ ରିଲ୍ସ କରେ ବୋଲି ପଡ଼ିଶା ଲୋକ କହିଛନ୍ତି। ଆଉ ରିଲ୍ସ କରିବାବେଳେ ହିଁ ଏହି ଘଟଣା ଘଟିଛି।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ