Advertisment

Series Accident: ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା, ୨ଟି ଗାଡ଼ିକୁ ପିଟିଲା ମିଲର ଗାଡ଼ି

ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା । କଙ୍କ୍ରିଟ୍ ବୁହା ହେଉଥିବା ମିଲର ଗାଡି ଦୁଇ ଗାଡିକୁ ଧକ୍କା ଦେଇଥିଲା । ଏଥିରୁ ଅଳ୍ପକେ ଦୁଇ ଗାଡି ଡ୍ରାଇଭର ବର୍ତ୍ତି ଯାଇଥିବା ବେଳେ ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି I

author-image
Madhupriya Mistry
BARMUNDA-ACCIDENT-AD

BARMUNDA-ACCIDENT Photograph: (OTV)

ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା । କଙ୍କ୍ରିଟ୍ ବୁହା ହେଉଥିବା ମିଲର ଗାଡି ଦୁଇ ଗାଡିକୁ ଧକ୍କା ଦେଇଥିଲା । ଏଥିରୁ ଅଳ୍ପକେ ଦୁଇ ଗାଡି ଡ୍ରାଇଭର ବର୍ତ୍ତି ଯାଇଥିବା ବେଳେ ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି I

Advertisment

ସେପଟେ ଦୁର୍ଘଟଣା ଯୋଗୁ ସୃଷ୍ଟି ହୋଇଛି ଟ୍ରାଫିକ ଜାମ ସ୍ଥିତି । ମିଲର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏମିତି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମିଲର ଗାଡିକୁ ଜବତ କରିଛି। ଏଥି ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

Advertisment
Related Articles
Advertisment