Advertisment

ତିନି ବର୍ଷ ପରେ ଏମିତି ଅଛି ଅପପୁଷ୍ଟିର ଇଲାକା ନଗଡ଼ା

ଭୁବନେଶ୍ୱର: କେମତି ଅଛି ନଗଡ଼ା? ତିନି ବର୍ଷ ପରେ ଅପପୁଷ୍ଟି ଓ ଅପହଞ୍ଚ ଇଲାକା ଭାବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନଗଡ଼ାର ବିକାଶର ଛିଟା କିଭଳି ଲାଗିଛି? ଦିନେ ଶିଶୁଙ୍କୁ ଖାଦ୍ୟଭାବ ଓ ଅଞ୍ଚଳକୁ ସରକାରୀ ଯୋଜନା ଅପହଞ୍ଚ ଥିବା କାରଣକୁ ନେଇ ଶାସନ କଳ ପାଇଁ ଦୁର୍ନାମ ଆଣିଥିଲା ନଗଡ଼ା। ଆବଡ଼ା ଖାବଡ଼ା ରାସ୍ତା, ଭଙ୍ଗା ନଳକୂଅ ଆଉ ଅଧା ପନ୍ତରିଆ ବିଜୁଳି ଭିତ୍ତିଭୂମି ପାଇଁ ଦିନେ ଅପହଞ୍ଚ ଇଲାକା ଭାବେ ଆବିଷ୍କୃତ […]

ତିନି ବର୍ଷ ପରେ ଏମିତି ଅଛି ଅପପୁଷ୍ଟିର ଇଲାକା ନଗଡ଼ା

nagada

Advertisment

ଭୁବନେଶ୍ୱର: କେମତି ଅଛି ନଗଡ଼ା? ତିନି ବର୍ଷ ପରେ ଅପପୁଷ୍ଟି ଓ ଅପହଞ୍ଚ ଇଲାକା ଭାବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନଗଡ଼ାର ବିକାଶର ଛିଟା କିଭଳି ଲାଗିଛି? ଦିନେ ଶିଶୁଙ୍କୁ ଖାଦ୍ୟଭାବ ଓ ଅଞ୍ଚଳକୁ ସରକାରୀ ଯୋଜନା ଅପହଞ୍ଚ ଥିବା କାରଣକୁ ନେଇ ଶାସନ କଳ ପାଇଁ ଦୁର୍ନାମ ଆଣିଥିଲା ନଗଡ଼ା।

Advertisment

ଆବଡ଼ା ଖାବଡ଼ା ରାସ୍ତା, ଭଙ୍ଗା ନଳକୂଅ ଆଉ ଅଧା ପନ୍ତରିଆ ବିଜୁଳି ଭିତ୍ତିଭୂମି ପାଇଁ ଦିନେ ଅପହଞ୍ଚ ଇଲାକା ଭାବେ ଆବିଷ୍କୃତ ହୋଇ ଶାସନ କଳର ନିଦ ହଜାଇ ଦେଇଥିଲା ନଗଡ଼ା। ୟା ଭିତରେ ବିତିଲାଣି ତିନି ବର୍ଷ। ହେଲେ ପାଖରୁ ଦେଖିଲେ ଲାଗୁଛି, ଯେମିତି ଆଜି ବି ବଦଳି ପାରିନି ସେଇ ପୁରୁଣା ଚିତ୍ର। ନଗଡ଼ାର ସବୁ ପ୍ରକାର ବିକାଶ ପାଇଁ ସରକାର ଲମ୍ବା ଖସଡା ପରେ ଏଠାକାର ଲୋକ ଦେଖିଥିଲେ ସୁନେଲୀ ସ୍ବପ୍ନ । ନଗଡ଼ା ଶିଶୁଙ୍କୁ ଖାଲି ପୁଷ୍ଟିକର ଖାଦ୍ୟ ନୁହେଁ, ବରଂ ଏ ଅଞ୍ଚଳର ବିକାଶ ପାଇଁ ସବୁ ସରକାରୀ ଯୋଜନା ପହଞ୍ଚାଇବାକୁ ପ୍ରୟାସ କରିଥିଲେ।  ତେବେ ୩ ବର୍ଷ ପରେ ବାସ୍ତବ ଚିତ୍ର ଯାହା ଥିଲା ସେଇଆ। ନଗଡ଼ାକୁ ବସ୍ ଗଡ଼ିବା ଖବର ଦିନେ ଶିରୋନାମା ପାଲଟି ଥିଲା, କିନ୍ତୁ ଆଜି ବି ସରିନି ଅଶୋକଝରଠୁ ନଗଡାକୁ ମୁଖ୍ୟ ରାସ୍ତା ନିର୍ମାଣ କାମ। ବିଜୁଳି ଯୋଗାଣ ବି ଅଧାରୁ ଠପ୍ । ପ୍ରାୟ କୋଟିଏ ୮୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ନଗଡାକୁ ବିଜୁଳି ପହଞ୍ଚାଇବାକୁ ୨ ବର୍ଷ ହେଲା ଖୁଣ୍ଟ ପଡ଼ିଛି ହେଲେ କେବଳ ଉପର ନଗଡାକୁ ଛାଡ଼ି ମଝି ଓ ତଳ ନଗଡ଼ାବାସୀଙ୍କୁ ଆଜି ବି ମିଳିନି ବିଜୁଳି ସେବା।

ଗାଁର କିଛି ଅଞ୍ଚଳରେ ଲୋକଙ୍କୁ ପାଇପ ପାଣି ମିଳୁଥିଲେ ବି ଆଉ କିଛି ଅଞ୍ଚଳର ଲୋକେ ସେ ସୁବିଧାରୁ ବଞ୍ଚିତ। କିଛି ବର୍ଷ ତଳେ ସରକାରୀ ଖର୍ଚ୍ଚରେ ହୋଇଥିବା ପାଇପ ଜଳ ଓ ନଳକୂଅ ଏବେ ଅଚଳ। ତେଣୁ ବାଧ୍ୟ ହୋଇ ଗାଁଠୁ ଅନେକ ଦୂରରେ ଥିବା ଦୂଷିତ ଉତ୍ସରୁ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି । ସ୍ୱଚ୍ଛତା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ପାଇଖାନାର ମୂଲ୍ୟ ବୁଝାଇବାକୁ ବି କେହି ନାହିଁ। ସବୁଠୁ ବଡ଼ କଥା, ଯେଉଁମାନଙ୍କ ପାଇଁ ନଗଡ଼ା ଚର୍ଚ୍ଚାକୁ ଆସିଲା, ସେମାନେ ଆଜି ବି ଅବହେଳିତ। ବାସଗୃହ, ରାସ୍ତାଘାଟରେ ଉନ୍ନତୀ ସହ ସରକାରୀ ଯୋଜନାରେ ଲୋକେ ଲାଭ ତ ପାଉଛନ୍ତି, ହେଲେ ଏଠାକାର ଶିଶୁଙ୍କ ଜୀବନଧାରଣ ମାନରେ ଯେମିତି କାଣିଚିଏ ବି ପରିବର୍ତ୍ତନ ହୋଇନି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ