Advertisment

ଉଠିବ କି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ?

ଯାଜପୁର(ଗୁଲାମ ଗସ୍‌): ପ୍ରେମିକ ଖୋଲିବ କି ପ୍ରେମିକାର ମୃତ୍ୟୁ ରହସ୍ୟ ? ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ? ପୋଲିସ୍‌ କବ୍‌ଜାରେ ଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଯଦି ଝରାଫୁଲଙ୍କୁ ଭଲ ପାଉଥିଲେ ତା’ହେଲେ ମୃତ୍ୟୁ ପରେ ତାଙ୍କୁ କାହିଁକି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ ? କଣ ଘଟିଥିଲା ଧର୍ମିବିହାର ଶିବ ସାଇ ଓୟୋ ଗେଷ୍ଟ ହାଉସର ଚାରିକାନ୍ଥ ଭିତରେ […]

ଉଠିବ କି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ?

jharaphula murder

Advertisment

ଯାଜପୁର(ଗୁଲାମ ଗସ୍‌): ପ୍ରେମିକ ଖୋଲିବ କି ପ୍ରେମିକାର ମୃତ୍ୟୁ ରହସ୍ୟ ? ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ? ପୋଲିସ୍‌ କବ୍‌ଜାରେ ଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଯଦି ଝରାଫୁଲଙ୍କୁ ଭଲ ପାଉଥିଲେ ତା’ହେଲେ ମୃତ୍ୟୁ ପରେ ତାଙ୍କୁ କାହିଁକି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ ? କଣ ଘଟିଥିଲା ଧର୍ମିବିହାର ଶିବ ସାଇ ଓୟୋ ଗେଷ୍ଟ ହାଉସର ଚାରିକାନ୍ଥ ଭିତରେ ? ଏମିତି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି। ଯାହାକୁ ନେଇ ପୋଲିସ୍ ଏବେ ତଦନ୍ତ କରୁଛି। ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ଭିଜୁଆଲ୍‌କୁ ଯାଞ୍ଚ କରାଯାଉଛି। 

Advertisment

ଭୁବନେଶ୍ୱରରୁ ଯାଜପୁର ପର୍ଯନ୍ତ ଝରାଫୁଲଙ୍କୁ ରାକେଶ ନିଜ ସାଥୀରେ ନେଲେ କେମିତି ତାହା  ସମସ୍ତଙ୍କୁ ତାଜୁବ କରିଛି। ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସୋନାଲି ନାମକ କୌଣସି ସାଙ୍ଗ ନୁହେଁ ବରଂ ଶିବ ସାଇ ଓୟୋ ଗେଷ୍ଟ ହାଉସ୍‌ରେ ୨୬ ତାରିଖ ଦିନ ରାତି କାଟିଥିଲେ ଝରାଫୁଲ। ସେହିଦିନ ତାଙ୍କ ସହ ପ୍ରେମିକ ରାକେଶ ମଧ୍ୟ ଥିଲା। ଏନେଇ ପ୍ରମାଣ ମିଳିବା ପରେ ଯାଜପୁର ପୋଲିସ ମଧ୍ୟ ଏହି ଗେଷ୍ଟ ହାଉସ୍‌ର ସିସିଟିଭି ଫୁଟେଜ ସହ ଅନ୍ୟ କାଗଜପତ୍ର ସଂଗ୍ରହ କରିଛି।

ଗେଷ୍ଟ ହାଉସ୍‌ରେ ସେଦିନ ରାତିରେ କଣ ଘଟିଲା ? ଗେଷ୍ଟ ହାଉସରୁ ଝରାଫୁଲ ବାହାରିବାବେଳେ କେମିତି କେହି କିଛି ଜାଣିପାରି ନଥିଲେ ? ଏସବୁର ଖୋଳତାଡ଼ ଚାଲିଛି। ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶକୁ ଯାଜପୁର ପୋଲିସ୍ ପାଞ୍ଚ ଦିନିଆ ରିମାଣ୍ଡ ମାଗିଛି। ଯାହାର ଶୁଣାଣି ଯାଜପୁର କୋର୍ଟରେ ଆସନ୍ତା ୧ରେ ହେବ।

Advertisment

ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ବୟଫ୍ରେଣ୍ଡ୍‌ ରାକେଶକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍ ଗୁରୁବାର‌ ଗିରଫ କରିଥିଲା। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା।

ଝରାଫୁଲଙ୍କ ମୃତଦେହ ମିଳିଥିବା ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଅନୁଧ୍ୟାନ କରିଛନ୍ତି। ଏହି ଘଟଣାକୁ ଅତି ଅମାନବୀୟ ଓ ଲଜ୍ଜାଜନକ ଘଟଣା ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି।

Advertisment

ବୁଧବାର ଦିନ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମୃତ ଛାତ୍ରୀ ଝରାଫୁଲଙ୍କ ଘର ମୟୁରଭଞ୍ଜରେ। ସେ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ