Advertisment

RD ଛାତ୍ରୀ ମୃତ୍ୟୁ ମାମଲା: ଘଟଣା ଦିନ ଗେଷ୍ଟ୍ ହାଉସରେ ଥିଲେ ଝରାଫୁଲ?

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ଆସିଲା ଚାଂଚଲ୍ୟ କର ତଥ୍ୟ। ମିଳିଥିବା ସୂଚନା ଅନୁସାରେ, ଘଟଣା ଘଟିବା ଦିନ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ  ଝରାଫୁଲ ଥିଲେ ବୋଲି ଜଣାଯାଇଛି ଧର୍ମବିହାର ଲେନ୍-୬ରେ ଥିବା ଏକ ଗେଷ୍ଟ ହାଉସରେ ହିଁ ରହିଥିଲେ ଝରାଫୁଲ।

RD ଛାତ୍ରୀ ମୃତ୍ୟୁ ମାମଲା: ଘଟଣା ଦିନ ଗେଷ୍ଟ୍ ହାଉସରେ ଥିଲେ ଝରାଫୁଲ?

12-phulajhra

Advertisment

ଭୁବନେଶ୍ୱର:  ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ଝରାଫୁଲ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଥିଲେ।

Advertisment

ଏହି ଗେଷ୍ଟ ହାଉସ୍ ଖଣ୍ଡଗିରି ଧର୍ମବିହାର ଲେନ୍-୬ରେ ବୋଲି ଜଣାଯାଇଛି।  ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି, ସେହି ରାତିରେ ଝରା ଫୁଲଙ୍କ ସହ  ବନ୍ଧୁ ରାକେଶ  ସ୍ୱାଇଁ  ମଧ୍ୟ ଗେଷ୍ଟ ହାଉସରେ ରହିଥିଲେ।  ଏତିକି ନୁହେଁ, ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବାର ଦୃଶ୍ୟ ମଧ୍ୟ ଏହି ଫୁଟେଜ୍‌ରେ କଏଦ ହୋଇଛି।

ଇତି ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି।

Advertisment

ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରିବ। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, ଝରାଫୁଲକୁ ପ୍ରେମ କରୁଥିବା ଏବଂ ଝିଅର ମୃତ୍ୟୁ ପଛରେ ରାକେଶର ଲିଙ୍କ୍ ଥିବା ନେଇ ମଧ୍ୟ ଝରାଫୁଲଙ୍କ ବାପା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ଏହି ରହସ୍ୟଜନକ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବା ଲାଗି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଆଜି ଝରାଫୁଲଙ୍କ ଗାଁକୁ ଯିବେ। ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା।

Advertisment

ବୁଧବାର ଦିନ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ସେପଟେ ଝରାଫୁଲଙ୍କ ମୃତଦେହ ମିଳିଥିବା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ଏହି ଘଟଣାକୁ ଅତି ଅମାନବୀୟ ଓ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ପୂରା ଘଟଣା ବାବଦରେ ଯାଜପୁର ଏସ୍ପିଙ୍କ ସହ ପୂର୍ବରୁ ମଧ୍ୟ ଆଲୋଚନା କରିଛନ୍ତି ସେ। ଆଜି ପୁଣିଥରେ ଏସ୍ପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।
RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ