Advertisment

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ?  ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଏବେବି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ। ଏସବୁ ଭିତରେ ଆଉ ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ବିରିୟାନୀ ସେଣ୍ଟରକୁ ଗତ ୨୬ ତାରିଖ ଦିନ ଅପରାହ୍ଣ ୧୨ଟା ୨୦ ମିନିଟ୍‌ରେ ଝରାଫୁଲ […]

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

rd student death

Advertisment

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ?  ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଏବେବି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ। ଏସବୁ ଭିତରେ ଆଉ ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି।

Advertisment

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ବିରିୟାନୀ ସେଣ୍ଟରକୁ ଗତ ୨୬ ତାରିଖ ଦିନ ଅପରାହ୍ଣ ୧୨ଟା ୨୦ ମିନିଟ୍‌ରେ ଝରାଫୁଲ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁଙ୍କ ସହ ଯାଇଥିବା CCTV ଫୁଟେଜ୍‌ରେ କଏଦ ହୋଇଛି। ସେଠାରେ ସେମାନେ ବିରିୟାନୀ ଅର୍ଡର କରିଥିଲେ। ଏହି ସମୟରେ ଝରାଫୁଲ ହଠାତ୍‌ ଅସୁସ୍ଥ ପଡ଼ିଥିଲେ। ଏହାପରେ ଉଭୟ ବିରିୟାନୀ ସେଣ୍ଟରରୁ ବାହାରି ଆସିଥିଲେ।

୨ଟି ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଥିଲା। ସାମ୍ନାକୁ ଆସିଥିବା ପ୍ରଥମ ସିସିଟିଭି ଫୁଟେଜ୍‌ରେ ଦୁଇ ଜଣ ଯୁବକ ସ୍କୁଟିରେ ଝରାଫୁଲଙ୍କୁ ନେଉଥିବା ଦେଖିବାକୁ ମିଳିଥିଲା। ପରେ ଆଉ ଏକ ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଥିଲା। ଏଥିରେ ଭୁବନେଶ୍ୱର ଧର୍ମବିହାର ସ୍ଥିତ ଶିବ ସାଇ ଓୟୋ ଗେଷ୍ଟ ହାଉସ୍‌ରେ ଝରାଫୁଲ ଓ ରାକେଶଙ୍କୁ ଦେଖିବାକୁ ମିଳିଥିଲା।

Advertisment

ଅନ୍ୟପକ୍ଷରେ, ଶିବସାଇ ଗେଷ୍ଟ୍‌ ହାଉସ୍‌ରେ ପୋଲିସ୍‌ ରେଡ୍ କରିଛି। ସ୍ପେଶାଲ ସ୍କ୍ୱାଡ୍‌ ଓ ଫରେନସିକ୍ ଟିମ୍ ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚି ତନାଘନା ଚଳାଇଛି। ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସୋନାଲି ନାମକ କୌଣସି ସାଙ୍ଗ ନୁହେଁ ବରଂ ଶିବ ସାଇ ଓୟୋ ଗେଷ୍ଟ ହାଉସ୍‌ରେ ୨୬ ତାରିଖ ଦିନ ରାତି କାଟିଥିଲେ ଝରାଫୁଲ। ସେହିଦିନ ତାଙ୍କ ସହ ପ୍ରେମିକ ରାକେଶ ମଧ୍ୟ ଥିଲା। ଏନେଇ ପ୍ରମାଣ ମିଳିବା ପରେ ଯାଜପୁର ପୋଲିସ ମଧ୍ୟ ଏହି ଗେଷ୍ଟ ହାଉସ୍‌ର ସିସିଟିଭି ଫୁଟେଜ ସହ ଅନ୍ୟ କାଗଜପତ୍ର ସଂଗ୍ରହ କରିଛି।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ