Advertisment

Student Death at Hostel: ସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ

ମଙ୍ଗଳ ବିଭାଗ ହଷ୍ଟେଲରେ ଛାତ୍ରୀ ମୃତ। ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ଅଭିଯୋଗ ଆଣିଲେ ଛାତ୍ରୀଙ୍କ ପରିବାର ଲୋକେ। ହଷ୍ଟେଲରେ ରହି ପାଠ ପଢୁଥିଲେ ଛାତ୍ରୀ।

Student Seath

Student Seath Photograph: (OTV)

Advertisment

ମଙ୍ଗଳ ବିଭାଗ ହଷ୍ଟେଲରେ ଛାତ୍ରୀ ମୃତ। ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ। ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ। 

Advertisment

ଗତକାଲି ରାତିରେ ହଠାତ ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ଭର୍ତ୍ତି କରିବା ପୂର୍ବରୁ ଗୀତାର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ମୃତ ଛାତ୍ରୀଙ୍କ ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି ଗାଁରେ। 

କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଲା ସଂଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣଙ୍କ ଘର ବିଦ୍ୟାଳୟ ହଷ୍ଟେଲ ଠାରୁ ମାତ୍ର ତିନି କିଲୋମିଟର ହୋଇଥିବା ବେଳେ ଝିଅର ଅସୁସ୍ଥତା ସଂପର୍କରେ ପରିବାରବର୍ଗଙ୍କୁ ପ୍ରଧାନଶିକ୍ଷକ କୌଣସି ସୂଚନା ଦେଇନଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। 

Advertisment

ଏମିତିକି ମୃତ ଝିଅର ଅସୁସ୍ଥତା ଖବର ଶୁଣିବା ପରେ ଝିଅର ବାପା ମା ଝିଅକୁ ଦେଖିବାକୁ ଯାଇଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାକ୍ଷାତ କରିବାକୁ ଦେଇ ନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।

Rayagada Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ