Advertisment

ସରିଲା ଛେରାପହଁରା; ନୀଳଗିରିରେ ଆସନ୍ତାକାଲି ରଥଟଣା

ନୀଳଗିରି( ବିଶ୍ୱମ୍ବର ଦାସ୍‌) : ନୀଳଗିରିରେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଛେରାପହଁରା କରିଛନ୍ତି। ରଥଯାତ୍ରାକୁ ଦେଖିବା ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଆଦି ସମ୍ପନ୍ନ ହୋଇଥିଲା। ଏହି ରଥଯାତ୍ରାକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, […]

author-image
Pradesh Pratyush
ସରିଲା ଛେରାପହଁରା; ନୀଳଗିରିରେ ଆସନ୍ତାକାଲି ରଥଟଣା

nilagiri

ନୀଳଗିରି( ବିଶ୍ୱମ୍ବର ଦାସ୍‌) : ନୀଳଗିରିରେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଛେରାପହଁରା କରିଛନ୍ତି। ରଥଯାତ୍ରାକୁ ଦେଖିବା ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଆଦି ସମ୍ପନ୍ନ ହୋଇଥିଲା। ଏହି ରଥଯାତ୍ରାକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, ଘଣ୍ଟ ଧ୍ୱନି ମଧ୍ୟରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା।

Advertisment
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜଣଙ୍କ ପରେ ଜଣେ ଗୋଟି ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଏଠାରେ  ଆସନ୍ତାକାଲି ରଥଟଣା ହେବ। ସେପଟେ ନୀଳଗିରିର ଆମ୍ବୁଡ଼ିଆ ନିକଟସ୍ଥ ନରହରିପୁର ଓ ଗରଡି ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ଆଜି ରଥଟଣା ଅନୁଷ୍ଠିତ ହୋଇଯାଇଛି।
Rathyatra Right
Advertisment
Advertisment