mock
ପୁରୀ : ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ନେଇ କରାଯାଇଛି ସ୍ୱତନ୍ତ୍ର ମକଡ୍ରିଲ୍।
ଏନଡିଆରଏଫ୍, ଓଡ୍ରାଫ, ରେଡକ୍ରସ, ପୁଲିସ୍ ଓ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ଅଭ୍ୟାସ କରିଛନ୍ତି। ପୁରୀ ଟାଉନଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ୍ରେ ସାଇରନ ବାଜିବା କ୍ଷଣି ପ୍ରସ୍ତୁତ ହୋଇଥିଲେ ସୁରକ୍ଷା ଟିମ୍। ମାଳତୀପାଟପୁର ବସଷ୍ଟାଣ୍ଡ ନିକଟରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଖବର ଆସିଥିଲା। ଏମିତିକି ଦଳା ଚକଟା, ବଡକୋଠା ଭୁଶୁଡିବା ଖବର ମଧ୍ୟ ପହଞ୍ଚିଥିଲା। ସାଇରନ ବାଜିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ଦମକଳ ବାହିନୀ, ଏନଡିଆରଏଫ, ଓଡ୍ରାଫ, ପୁଲିସ, ଆମ୍ବୁଲାନ୍ସ ଓ ରେଡକ୍ରସ ସେଚ୍ଛାସେବୀ ଲାଗିପଡିଥିଲେ ଉଦ୍ଧାର କାର୍ଯ୍ୟରେ।
ରେଡକ୍ରସ ଟିମ୍ ଷ୍ଟାମ୍ପେଡରେ ମୃତାହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେହିଭଳି ସବୁ ବିଭାଗ ଉଚିତ ସମୟରେ ସଠିକ୍ ଭାବେ କାର୍ଯ୍ୟ ତୁଲାଇପାରିଥିଲେ ବୋଲି ମକଡ୍ରିଲ ପରେ ଜିଲ୍ଲାପାଳ କହିଛନ୍ତି। ମକଡ୍ରିଲ ସଫଳ ହୋଇଥିଲେ ମଧ୍ୟ ଆଗାମୀ ଜୁଲାଇ ତିନି ତାରିଖରେ ଆଉଥରେ ମକଡ୍ରିଲ କରାଯିବ। ରଥଯାତ୍ରା ବେଳେ ମେଡିକାଲ, ଆମ୍ବୁଲାନ୍ସ, ସେଚ୍ଛାସେବୀ, ପିସିଆର ସହିତ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ ମଧ୍ୟ ପ୍ରସ୍ତୁତ ରହିଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ ସାମଲ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mock_1626506844.jpg)