Advertisment

ଓଡ଼ିଶା ବାହାରେ ରଥଯାତ୍ରା ମହାସମାରୋହରେ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବାହାରେ ଦେଶର ବିଭିନ୍ନ ଭାଗରେ ମହାସମାରୋହରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ଏ ବର୍ଷ ୧୪୨ତମ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସପତ୍ନୀକ ସାମିଲ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରଥରେ ଛେରା ପହଁରା କରିଥିଲେ। ସେହିଭଳି ଓଡ଼ିଆ ବହୁଳ ସହର ସୁରଟରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଥଯାତ୍ରା। ଏଠାରେ ରଥଯାତ୍ରାରେ ମୁଖ୍ୟ ରଥ ସହ ୧୯ଟି ସୁସଜ୍ଜିତ ହାତୀ, […]

author-image
Pradesh Pratyush
ଓଡ଼ିଶା ବାହାରେ ରଥଯାତ୍ରା ମହାସମାରୋହରେ ଆୟୋଜିତ

bangalore

ଭୁବନେଶ୍ୱର : ଓଡ଼ିଶା ବାହାରେ ଦେଶର ବିଭିନ୍ନ ଭାଗରେ ମହାସମାରୋହରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ଏ ବର୍ଷ ୧୪୨ତମ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସପତ୍ନୀକ ସାମିଲ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରଥରେ ଛେରା ପହଁରା କରିଥିଲେ।

Advertisment

ସେହିଭଳି ଓଡ଼ିଆ ବହୁଳ ସହର ସୁରଟରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଥଯାତ୍ରା। ଏଠାରେ ରଥଯାତ୍ରାରେ ମୁଖ୍ୟ ରଥ ସହ ୧୯ଟି ସୁସଜ୍ଜିତ ହାତୀ, ୧୦୦ଟି ପ୍ରଜ୍ଞାପନ ମେଢ଼ ସହର ପରିକ୍ରମା କରିଛି। ୩୦ଟି ସଂଗୀତ ଦଳ ମଧ୍ୟ ରଥଯାତ୍ରା ଶୋଭାଯାତ୍ରାରେ ସାମିଲ ହୋଇ ମନୋରଞ୍ଜନର ଖୋରାକ୍ ଯୋଗାଇ ଥିଲେ।

ସେହିଭଳି ରାଜଧାନୀ ଦିଲ୍ଲୀର ହଜଖସ ଜଗନ୍ନାଥ ମନ୍ଦିରରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା ଉତ୍ସବ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ଏପଟେ କୋଲକାତାର ମିଣ୍ଟୋ ପାର୍କରେ ମଧ୍ୟ ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାମିଲ ହୋଇ ପୂଜାର୍ଚ୍ଚନା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ସାଂସଦ ନୁସରତ ଜହାଁ।

ସେହିଭଳି ବେଙ୍ଗାଲୁରୁରେ ମଧ୍ୟ ପ୍ରବାସୀ  ଓଡ଼ିଆ ସମାଜ ପକ୍ଷରୁ ବେଶ୍ ଜାକଜମକରେ ରଥଯାତ୍ରା ଆୟୋଜିତ ହୋଇଛି। ଏହି ଅବସରରେ ରଥ ଟାଣିବା ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Rathyatra Right
Advertisment
Advertisment