Advertisment

ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ, ସେପଟେ କରୋନା କଟକଣା ମଧ୍ୟରେ ଚାପ ଖେଳୁଛନ୍ତି ମହାପ୍ରଭୁ

ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି। ସୋମବାର ସୁଦ୍ଧା ୩ଟି ତୁମ୍ବର ମର୍ଦଳ ଆକୃତିର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ, ସେପଟେ କରୋନା କଟକଣା ମଧ୍ୟରେ ଚାପ ଖେଳୁଛନ୍ତି ମହାପ୍ରଭୁ

ratha

ପୁରୀ(ମଧୁସୂଦନ ମିଶ୍ର) ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି। ସୋମ  ବାର ସୁଦ୍ଧା ୩ଟି ତୁମ୍ବର ମର୍ଦଳ ଆକୃତିର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି। ମହାରଣାମାନଙ୍କ ଥର୍ମାଲ ସ୍କ୍ରିନିଂ ପରେ କୋଭିଡ୍ କଟକଣା ଭିତରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ। ଅନ୍ୟପଟେ ୧୪୪ ଧାରା ଭିତରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଜାରି ରହିଛି। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ନାବରେ ଚାପ ଖେଳୁଛନ୍ତି ମଦନମୋହନ, ଭୁଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚପାଣ୍ଡପ। ଦୁଇ ନାବକୁ ସଜାଯାଇ ଦୈନିକ ଚାପ ଚନ୍ଦନ ଆୟୋଜିତ ହେଉଛି। ଶ୍ରୀକ୍ଷେତ୍ରରେ ଦୀର୍ଘ ୪୨ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା। ୨୧ ଦିନ ବାହାର ଚନ୍ଦନ ଯାତ୍ରା ଓ ୨୧ ଦିନ ଧରି ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ପରମ୍ପରା ରହିଛି।

Advertisment

ତେବେ ଶ୍ରୀମନ୍ଦିର ବାହାରେ ଏଥର ଚନ୍ଦନ ଯାତ୍ରା ହେଉଛି। ଗତ ୧୧ ତାରିଖରେ ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଥିଲା। ଯାତ୍ରା ପାଇଁ ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯାଉଛି। ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯାଉଛି। ସେବାୟତଙ୍କ RTPCR ଟେଷ୍ଟ ମଧ୍ୟ ହୋଇଛି, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ଯାତ୍ରା ଲାଗି ଅନୁମତି ମିଳିଛି । ରଥ ନିର୍ମାଣରେ ନିୟୋଜିତ ଲୋକଙ୍କୁ ଆଇସୋଲେସନରେ ରଖାଯିବାକୁ ପ୍ରାସ୍ତାବ ମଧ୍ୟ ରହିଥିଲା। ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ପୂର୍ବରୁ ଜିଲ୍ଲାପାଳ କହିଥିଲେ। ଯାତ୍ରାର ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି।

ପୌରାଣିକ କଥା ଅନୁସାରେ, ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି। ତେବେ କରୋନା ପାଇଁ ଗତବର୍ଷ ଏହି ଦୁର୍ଲଭ ଯାତ୍ରା ହୋଇପାରିନଥିଲା କିନ୍ତୁ କରୋନା ନିୟମ ଅନୁସାରେ ଏଥର ଯାତ୍ରା ଚାଲିଛି।

Advertisment
Puri Ratha Jatra 2021
Advertisment
Advertisment