Advertisment

ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ

ପୁରୀ : ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା। ଅଭିଯୋଗ ଅନୁଯାୟୀ, ଗତକାଲି ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଓ ଜେଟିପି ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଜେଟିପିକୁ […]

ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ

hera panchami9

Advertisment

ପୁରୀ : ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା।

Advertisment

ଅଭିଯୋଗ ଅନୁଯାୟୀ, ଗତକାଲି ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଓ ଜେଟିପି ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଜେଟିପିକୁ ମାଡ଼ ମାରିଥିଲେ।

ଏହାପରେ ଜେଟିପି ପକ୍ଷରୁ ବାଡଗ୍ରାହୀଙ୍କ ପୁଅ ବିରୋଧରେ ଶ୍ରୀମନ୍ଦିର କମାଣ୍ଡରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଜେଟିପି ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସନ୍ଧ୍ୟାଧୂପ ପୂଜା ବସିବାରେ ବିଳମ୍ବ ହୋଇଥିଲା। ଉଭୟପକ୍ଷ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା।

Advertisment
Rathyatra Right
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ