Advertisment

ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

ପୁରୀ: କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

rath yatra

ପୁରୀ:କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ରଥ ଯାତ୍ରା ବନ୍ଦ ହେବା ନେଇ ଘୋଷଣା ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ପ୍ରଦୀପ ଜେନା ଆଜି ସୂଚନା ଦେଇଛନ୍ତି। କରୋନା ଦ୍ୱିତୀୟ ଲହର ଚାଲିଥିବାରୁ ଏଭଳି କଟକଣା କରାଯାଇଥିବା SRC କହିଛନ୍ତି। 

Advertisment

ଜାଣନ୍ତୁ ଚଳିତ ବର୍ଷ ରଥଯାତ୍ରା ନେଇ କ’ଣ କହିଲେ SRC….

  • ଗତବର୍ଷ ପୁରୀରେ ଯେଉଁଭଳି ଭାବରେ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ଏବର୍ଷ ମଧ୍ୟ ସେମିତି ରଥଯାତ୍ରା ଅନୁଷ୍ଠିତ ହେବ।
  • ଗତବର୍ଷ ଭଳି ଏବର୍ଷ ବି ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ବାରଣ ରହିଛି।
  • ଯେଉଁ ସେବାୟତ ରଥଯାତ୍ରାରେ ସାମିଲ ହେବେ ଟିକା ନେଇଥିବା ଜରୁରୀ। ସେମାନେ ୨ ଡୋଜ୍ ଟିକା ନେଇଥିବେ କିମ୍ବା ୪୮ ଘଣ୍ଟା ପୂର୍ବରୁ ସେମାନଙ୍କର RTPCR ଟେଷ୍ଟ୍‌ ରିପୋର୍ଟ ନେଗେଟିଭ ଥିବ।
  • ରଥଯାତ୍ରା ବେଳେ କରୋନା କଟକଣା, ସାମାଜିକ ଦୂରତ୍ୱ ମାନିବା ଜରୁରୀ।
  • ଗତବର୍ଷ ଭଳି ରଥଯାତ୍ରା ବେଳେ ପୁରୀରେ ଏବର୍ଷ ବି କର୍ଫ୍ୟୁ ଲାଗିବ।
  • ପୁରୀକୁ ବସ୍, ଗାଡ଼ି ମୋଟର ଚଳାଚଳ ଉପରେ କଟକଣା ଲଗାଯିବ।
  • ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ I & PR ବିଭାଗ ନେବ।
  • ରାଜ୍ୟର ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ରଥଯାତ୍ରାର ନୀତିକାନ୍ତି ହେବ।

ସୂଚନାଥାଉ କି, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ପଡୁଛି ରଥଯାତ୍ରା।

Puri Ratha Jatra 2021
Advertisment
Advertisment