Advertisment

ରଥଯାତ୍ରା ବନ୍ଦ: ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଆଜି ପୁରୀ ବନ୍ଦ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରଦ୍ଧାଳୁ ଓ ସେବାୟତ ନିରାଶ ହୋଇଛନ୍ତି। ଏଣୁ ନିଜ ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରାଯାଉ ବୋଲି ଛତିଶା ନିଯୋଗ ଦାବି କରିଛି। ଏ ନେଇ ଛତିଶା ନିଯୋଗ ପକ୍ଷରୁ ବରିଷ୍ଠ ସେବାୟତ ତଥା ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ରଥ ନିର୍ମାଣ ସରି ଥିବାବେଳେ ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

author-image
Rajalaxmi Sahoo
ରଥଯାତ୍ରା ବନ୍ଦ: ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଆଜି ପୁରୀ ବନ୍ଦ

puri

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରଦ୍ଧାଳୁ ଓ ସେବାୟତ ନିରାଶ ହୋଇଛନ୍ତି। ଏଣୁ ନିଜ ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରାଯାଉ ବୋଲି ଛତିଶା ନିଯୋଗ ଦାବି କରିଛି। ଏ ନେଇ ଛତିଶା ନିଯୋଗ ପକ୍ଷରୁ ବରିଷ୍ଠ ସେବାୟତ ତଥା ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

Advertisment

ରଥ ନିର୍ମାଣ ସରି ଥିବାବେଳେ ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରଯାଇଛି। ତେଣୁ ସମସ୍ତ ପ୍ରସ୍ତୁତି ବେଳେ କିଭଳି ଭାବେ କରୋନା କଟକଣା ପାଳନ ହୋଇଛି, ସେସବୁ ଜଣାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ପାଟ୍ଟଯୋଶୀ କହିଛନ୍ତି। ରଥଯାତ୍ରା ବନ୍ଦ ହେଲେ, ଏହା ପରବର୍ତ୍ତୀ ପରମ୍ପରା ସବୁ ମଧ୍ୟ ବନ୍ଦ ହେବ ଓ ଏହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ହେବ ବୋଲି ବରିଷ୍ଠ ସେବାୟତ ପାଟ୍ଟଯୋଶୀ କହିଛନ୍ତି।

ପୂର୍ବରୁ ହୋଇଥିବା ମହାମାରୀ, ଏପରିକି ମୋଗଲ ଆକ୍ରମଣବେଳେ ମଧ୍ୟ ରଥଯାତ୍ରା ହୋଇଥିଲା। ତେଣୁ କୋଭିଡ୍‌ ଗାଇଡଲାଇନ ଭିତରେ କିଭଳି ଭାବରେ ରଥଯାତ୍ରା କରି ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ସୁପ୍ରିମକୋର୍ଟଙ୍କୁ ଜଣାଇ ରାୟର ପୁନର୍ବିଚାର ପାଇଁ ନିବେଦନ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଅନ୍ୟପକ୍ଷରେ, ରଥଯାତ୍ରା ବନ୍ଦକୁ ନେଇ ଆଜି ପୁରୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ବନ୍ଦ ପାଇଁ ଘୋଷଣା ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ସମୟରେ ଅନ୍ୟ ଦୋକାନ ବଜାର ଖୋଲା ଯାଉଛି। କିନ୍ତୁ ରଥଯାତ୍ରା ପାଇଁ ଏଭଳି ନିଷ୍ପତ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା।

ଆହୁରି ପଢ଼ନ୍ତୁ: ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

Puri Rath Yatra 2020 Puri Rath Yatra 2020 Update ପୁରୀ ରଥଯାତ୍ରା Puri Bandh For Rath Yatra 2020
Advertisment
Advertisment