Advertisment

ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ; ଭାଇ-ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ ମହାବାହୁ

ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…

ଅଦ୍ୟତନ ହୋଇଛି
ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ; ଭାଇ-ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ ମହାବାହୁ

ratha

Advertisment

ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ ଗହଳି ଚହଳିରେ ଫାଟି ପଡୁଛି ଶରଧାବାଲି। ସନ୍ଧ୍ୟା ୭ଟା ଯାଏ ସନ୍ଧ୍ୟାଦର୍ଶନ ଚାଲିଥିଲା। ଭାବ ଓ ଭକ୍ତିରେ ଉଛୁଳି ପଡ଼ୁଥିଲା ସମଗ୍ର ପରିବେଶ। ବିଶ୍ୱାସ ରହିଛି “ଆଡ଼ପ ମଣ୍ଡପରେ ସନ୍ଧ୍ୟା ସମୟରେ ଗୋଟିଏ ମୁହୂର୍ତ୍ତର ଦର୍ଶନ ‘କୋଟି ପୁଣ୍ୟ’ ଦେଇଥାଏ।

Advertisment

ଆସନ୍ତାକାଲି ଭୋର ୪ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହେବ। ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୭ଟାରୁ ୧୧ଟା ଭିତରେ ସେନାପଟା ଲାଗି ସରିବା ପରେ ୧୧ଟା ୪୫ ସୁଦ୍ଧା ମଙ୍ଗଳାର୍ପଣ ହେବ। ଏହାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ଆରମ୍ଭ ହେବ ରଥଟଣା। ତେବେ ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସରିବ ବୋଲି କୁହାଯାଉଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍‌ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।

Advertisment

ଭୁବନେଶ୍ୱରରୁ ବାଇକ୍‌ରେ ଯାଉଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍‌ଡ ଜେଲ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ଆଉ ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍‌ ମାଳତୀପାଟପୁର ଦେଇ ସେମାନେ ଫେରିବେ।

ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍‌ ଓ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନେ ମାଳତିପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Rathyatra Right
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ