Advertisment

ଅଣସରଘରେ ଶ୍ରୀଜୀଉ, ଏଠି ଗଡିଲାଣି ତିନି ଠାକୁରଙ୍କ ରଥ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଗୁଡିଆଲବନ୍ଧ ଗାଁରେ ଜଗନ୍ନାଥ ସଂସ୍କୃତିର ଭିନ୍ନ ପରମ୍ପରା । ସ୍ନାନପୂର୍ଣ୍ଣିମାରେ ପାଳିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଭକ୍ତିମୟ ପରିବେଶ ଭିତରେ ରଥକୁ ଟାଣି ନେଇଥିଲେ ଶହ ଶହ ଶ୍ରଦ୍ଧାଳୁ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଗୋଟି ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ କାଳିଆ ସାଆନ୍ତ । ସୁସଜ୍ଜିତ ରଥରେ ତିନିଠାକୁର ରଥାରୂଢ ହେବା ପରେ ଭକ୍ତି ଆବେଗର ସହ ଟାଣି ନେଉଥିଲେ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ […]

ଅଣସରଘରେ ଶ୍ରୀଜୀଉ, ଏଠି ଗଡିଲାଣି ତିନି ଠାକୁରଙ୍କ ରଥ

yyy

Advertisment

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଗୁଡିଆଲବନ୍ଧ ଗାଁରେ ଜଗନ୍ନାଥ ସଂସ୍କୃତିର ଭିନ୍ନ ପରମ୍ପରା । ସ୍ନାନପୂର୍ଣ୍ଣିମାରେ ପାଳିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଭକ୍ତିମୟ ପରିବେଶ ଭିତରେ ରଥକୁ ଟାଣି ନେଇଥିଲେ ଶହ ଶହ ଶ୍ରଦ୍ଧାଳୁ।

Advertisment

ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଗୋଟି ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ କାଳିଆ ସାଆନ୍ତ । ସୁସଜ୍ଜିତ ରଥରେ ତିନିଠାକୁର ରଥାରୂଢ ହେବା ପରେ ଭକ୍ତି ଆବେଗର ସହ ଟାଣି ନେଉଥିଲେ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ସ୍ନାନନୀତି କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଏହି ଗାଁରେ ଦେଖିବାକୁ ମିଳେ ଭିନ୍ନ ଏହି ପରମ୍ପରା

ସ୍ଥାନୀୟ ମହନ୍ତଙ୍କୁ ସ୍ୱପ୍ନାଦେଶ ପରେ ୧୯୮୪ ମସିହାରୁ ଏଠାରେ ସ୍ନାନ ପୂର୍ଣ୍ଣିମାରେ ପାଳିତ ହେଉଛି ରଥଯାତ୍ରା।  ପୂର୍ଣ୍ଣିମା ଦିନ ଭୋରରୁ ତିନିଠାକୁରଙ୍କ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରୁ ଆରମ୍ଭ ହୋଇଥାଏ ରଥଟଣା । ଆଦିବାସୀ ସମ୍ପ୍ରଦାୟର ପିଲାଠୁ ବୟସ୍କ, ପୁରୁଷ, ମହିଳା ସମସ୍ତେ ରଥ ଟାଣିଥାନ୍ତି।

Advertisment

ଗ୍ରାମଦେବତୀ ସିନ୍ଦୁର ଗୌରା ଠାକୁରାଣୀଙ୍କ ପୀଠରେ ଗୋଟିଏ ରାତିର ରହଣି ପରେ ତା ପରଦିନ ପୁଣି ବାହୁଡି ଆସନ୍ତି ତିନିଠାକୁର ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ