Advertisment

ଜାଲରେ ପଡ଼ିଲା ୫୮ କିଲୋର ବିରାଟ ମାଛ

ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍‌ ଥିବା ସୂଚନା ମିଳିଛି। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର କରିଛନ୍ତି। ସେମାନେ ଏହି ମାଛକୁ ବୋଦ ପ୍ରଜାତିର ମାଛ ବୋଲି କହିଛନ୍ତି। ସୂଚନା ଅନୁସାରେ ଗୋପିନାଥପୁର କୈବର୍ତ୍ତ ସାହିର ଧର୍ମାନନ୍ଦ ଖୁଣ୍ଟିଆ ଏବଂ କାମଦେବ ଖୁଣ୍ଟିଆ ସବୁଦିନ […]

ଜାଲରେ ପଡ଼ିଲା ୫୮ କିଲୋର ବିରାଟ ମାଛ

2

Advertisment

ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍‌ ଥିବା ସୂଚନା ମିଳିଛି।

Advertisment

କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର କରିଛନ୍ତି। ସେମାନେ ଏହି ମାଛକୁ ବୋଦ ପ୍ରଜାତିର ମାଛ ବୋଲି କହିଛନ୍ତି।
ସୂଚନା ଅନୁସାରେ ଗୋପିନାଥପୁର କୈବର୍ତ୍ତ ସାହିର ଧର୍ମାନନ୍ଦ ଖୁଣ୍ଟିଆ ଏବଂ କାମଦେବ ଖୁଣ୍ଟିଆ ସବୁଦିନ ପରି ନଦୀକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଗୋପିନାଥପୁର ଘାଟଠାରୁ ତେଲେଣିଆ ଘାଟ ପ୍ରର୍ଯ୍ୟନ୍ତ ଜାଲ ଟାଣିଥିଲେ। କିନ୍ତୁ ଜାଲକୁ ଗୋଟାଇବା ସମୟରେ ଏହା ସହଜରେ ଗୋଟାଇ ହୋଇନଥିଲା। କିଛି ବଡ଼ ଓଜନିଆ ଜିନିଷ ଲାଖିଯାଇଥିବା ଭାବି ମତ୍ସ୍ୟଜୀବୀ ଜାଲଟିକୁ କୂଳକୁ ନେଇ ଆସିଥିଲେ। ଏହାପରେ ଏକ ବିରାଟ ମାଛ ପଡ଼ିଥିବା ଦେଖି ଏହାକୁ ଜାଲରୁ ବାହାର କରିଥିଲେ।

ତେବେ ଖବର ପ୍ରସାରିତ ହେବାପରେ ଆଖପାଖ ଅଞ୍ଚଳରୁ ଲୋକମାନେ ମାଛଟିକୁ ଦେଖିବାକୁ ଭିଡ଼ ଜମାଇଥିଲେ। ସ୍ଥାନୀୟ ଯୁବକ ଅନିଲ୍‌ ଶତପଥୀଙ୍କ କହିବାନୁସାରେ ମାଛଟିକୁ ପାଖାପାଖି ୧୨ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ