Advertisment

ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ପ୍ରଜାତିର ମାଛ

ପାରାଦୀପ  : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍‌ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି। କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ […]

ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ପ୍ରଜାତିର ମାଛ

fish

Advertisment

ପାରାଦୀପ  : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍‌ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି।

Advertisment

କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ ଅଧିକା ନହେଲେ ବି ମାଛଟିର ଆକାର ଓ ଆୟତନ ଏତେ ବଡ଼ ହୋଇଛି କି ବହୁ ଲୋକେ ଏହାକୁ ଦେଖିବାକୁ ପହଞ୍ଚିଛନ୍ତି।

ସ୍ଥାନୀୟ ଅଠରବାଙ୍କି ବାଲିପ୍ଲଟ୍‌ରେ ଏହି ମାଛକୁ ବିକ୍ରି କରିବାକୁ ରଖାଯାଇଛି। ଏହାପୂର୍ବରୁ ପାରାଦୀପ ସମୁଦ୍ରରୁ ଏହି ପ୍ରଜାତିର ତିନିଟି ମାଛ ଧରା ଯାଇଥିଲା । ହେଲେ ଏହାର ଆକାର ଛୋଟ ଥିବା ବେଳେ ଏବେ ବଡ଼ ମାଛ ଜାଲ୍‌ରେ ପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ