Advertisment

ରାଜଧାନୀରେ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ, ଯୁବତୀ ଓ ଅଭିଯୁକ୍ତ ଏକ ବେସରକାରୀ ମେଡିକାଲ୍‌ରେ ହାଉସ୍‌କିପିଂ କର୍ମଚାରୀଭାବେ କାମ କରନ୍ତି। ତେବେ ଏହି ସମୟରେ ଯୁବତୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପୀଡ଼ିତା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ […]

ରାଜଧାନୀରେ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

rape4

Advertisment

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଅଭିଯୋଗରୁ ପ୍ରକାଶ, ଯୁବତୀ ଓ ଅଭିଯୁକ୍ତ ଏକ ବେସରକାରୀ ମେଡିକାଲ୍‌ରେ ହାଉସ୍‌କିପିଂ କର୍ମଚାରୀଭାବେ କାମ କରନ୍ତି। ତେବେ ଏହି ସମୟରେ ଯୁବତୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପୀଡ଼ିତା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଏପଟେ ଆଜି ପୁରୀ ଘଟଣାକୁ ନେଇ ରାଜଧାନୀରେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିବା ବେଳେ ପୁଣି ଏବେ ଏହି ଦୁଷ୍କର୍ମ ଅଭିଯୋଗ ଆସିଛି ଓଡ଼ିଶାର ଶାସନ କେନ୍ଦ୍ର ଭୁବନେଶ୍ୱରରୁ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଏହି ଦୁଷ୍କର୍ମ ଘଟଣା ଘଟିବାରେ ଲାଗିଛି ।

Advertisment

ଏୟାରପୋର୍ଟ ରାସ୍ତା, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଓ ଶିଶୁଭବନ ଛକ ସବୁଠି ପୁରୀ ଗଣଦୁଷ୍କର୍ମ ଘଟଣାର ଜବରଦସ୍ତ ପ୍ରତିବାଦ ଚାଲିଛି। ଏୟାରପୋର୍ଟ-ନବୀନ ନିବାସ ରାସ୍ତାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବାକୁ ହଠାତ୍ ମାଡ଼ି ଆସିଥିଲା ବିଜେପି ମହିଳାମୋର୍ଚ୍ଚା। ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଆଉ ଏପଟେ ପ୍ରଚଣ୍ଡ କ୍ଷୋଭ ଛାତ୍ର କଂଗ୍ରେସର । ସରକାରଙ୍କ ବିରୋଧରେ ଜୋରଦାର ନାରାବଜି, ପ୍ରତିବାଦ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ ସହ କ୍ୱାର୍ଟର୍ସ ଉପରକୁ ଧାଏଁ ଧାଏଁ କରିଥିଲେ ଟମାଟୋ ମାଡ଼। ଏମିତିକି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ସଂଗଠନ।

ଆଉ ଏକ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଥିଲା ଶିଶୁଭବନ ଛକରେ। ମଦ ବ୍ୟାନ୍ ଦାବି ସହ ମହିଳାଙ୍କୁ ଅସମ୍ମାନ ପ୍ରତିବାଦରେ ନବୀନ ନିବାସ ଘେରାଉ ପାଇଁ ମାଡ଼ି ଆସିଥିଲା ନବନିର୍ମାଣ ଯୁବଛାତ୍ର ସଂଗଠନ। ସ୍ଥିତି ଅଣାୟତ୍ତ ହେବାରୁ ପ୍ରାୟ ୫୦ ଜଣଙ୍କୁ ଗିରଫ କରିଥିଲା ପୁଲିସ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ