Advertisment

ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ କରୋନା

ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ କରୋନା

raja-swain

Advertisment

ଭୁବନେଶ୍ୱର: ଓଡ଼ିଶାର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋଦ୍ ରଣେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ମୋ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନରେ ଅଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ନିଜର ଟେଷ୍ଟ କରାଇ ନିଅନ୍ତୁ ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁରୋଧ କରିଛନ୍ତି।

https://twitter.com/rajaaswain/status/1304413842122838017?s=20

ଏହା ପୂର୍ବରୁ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି।

Advertisment

ଏହା ପୂର୍ବରୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଶାନ୍ତ ସିଂ, ଅରୁଣ କୁମାର ସାହୁ ଓ ପଦ୍ମିନୀ ଦିଆନ୍ କରୋନାରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ