Advertisment

ବୟାନକୁ ନେଇ ବିବାଦ ଘନେଇବା ପରେ ମୁହଁ ଖୋଲିଲେ ରଣେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ରଣେନ୍ଦ୍ର ବୟାନକୁ ନେଇ ବିବାଦ ଘନାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଦିବଙ୍ଗତ ମଦନ ମୋହନ ଦତ୍ତ ତାଙ୍କର ପ୍ରିୟ ସାଥି ଥିଲେ। ସେ ଏଭଳି କୌଣସି କାମ କରିନଥିଲେ। ବିଧାୟକ ଥାନ୍ତୁ କିମ୍ବା ନାହିଁ ତାଙ୍କ ସ୍ମୃତି ତାଙ୍କ ମନରେ ରହିଛି ବୋଲି ରଣେନ୍ଦ୍ର ପ୍ରତାପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ […]

ଅଦ୍ୟତନ ହୋଇଛି
ବୟାନକୁ ନେଇ ବିବାଦ ଘନେଇବା ପରେ ମୁହଁ ଖୋଲିଲେ ରଣେନ୍ଦ୍ର

raja-swain

Advertisment

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ରଣେନ୍ଦ୍ର ବୟାନକୁ ନେଇ ବିବାଦ ଘନାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଦିବଙ୍ଗତ ମଦନ ମୋହନ ଦତ୍ତ ତାଙ୍କର ପ୍ରିୟ ସାଥି ଥିଲେ। ସେ ଏଭଳି କୌଣସି କାମ କରିନଥିଲେ। ବିଧାୟକ ଥାନ୍ତୁ କିମ୍ବା ନାହିଁ ତାଙ୍କ ସ୍ମୃତି ତାଙ୍କ ମନରେ ରହିଛି ବୋଲି ରଣେନ୍ଦ୍ର ପ୍ରତାପ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି କିଛି ସେ କରିନାହାନ୍ତି ଯାହା ତାଙ୍କର ଓ ପରିବାରର ମନରେ କଷ୍ଟ ଦେବ। ଯଦି ତାଙ୍କ ମନରେ କଷ୍ଟ ହୋଇଥାଏ ତେବେ ସେ ଏଥିପ୍ରତି ମର୍ମାହତ ବୋଲି କହିଛନ୍ତି ରଣେନ୍ଦ୍ର। ଦଳୀୟ ପ୍ରଚାର ଅନ୍ୟ ପ୍ରସଙ୍ଗରେ ହେବ, ମାନସ ତାଙ୍କ ପୁଅ ଭଳି। ସେ ଆଦର୍ଶ ରାଜନୀତି କରନ୍ତି, ହେଲେ ଏପରି କରିନଥିବା ରଣେନ୍ଦ୍ର ଦୋହରାଇଛନ୍ତି।

ସୂଚନା ଥାଉକି, ତିନି ଦିନ ତଳେ ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଥିଲା ବିଜେପି। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ