Advertisment

Ramu’s Skeleton to Be Exhumed: ମାଟି ତଳୁ କଢ଼ାଯିବ ‘ରାମୁ’ର କଙ୍କାଳ, ମୃତ୍ୟୁ ପରେ ବି ଅମର ରହିବ

ମାଟି ତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। ଭୁବନେଶ୍ୱର ଗୋଡ଼ିବାରି ପ୍ରକୃତିନିବାସରେ ରହିବ ରାମୁ ହାତୀର କଙ୍କାଳ। ମୃତ୍ୟୁ ପରେ ବି ଲୋକଙ୍କ ମନରେ ଅମର ରହିବ ରାମୁ।

Skeleton to Be Exhumed

Skeleton to Be Exhumed Photograph: (OTV)

Advertisment

ଆଜି ଉଦ୍ଧାର ହେବ ରାମୁ ହାତୀର ‘କଙ୍କାଳ’। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। କଙ୍କାଳ ଉଦ୍ଧାର ପରେ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତିନିବାସରେ ରହିବ ରାମୁ ହାତୀର ‘କଙ୍କାଳ’।

Advertisment

ମୃତ୍ୟୁ ପରେ ବି ଜନମାନସରେ ଅମର ରହିବ ରାମୁ ହାତୀ। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଏହି ଚର୍ଚ୍ଚିତ ଗଜରାଜଙ୍କୁ ଜନମାନସରେ ଚିରକାଳ ଜୀବନ୍ତ ରଖିବାକୁ ପକ୍ରିୟା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ। ହାତୀର କଙ୍କାଳର ବୈଜ୍ଞାନିକ ସଂରକ୍ଷଣ ପାଇଁ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲ ଭିତରକୁ ଯାଇ ଫିଲ୍ଡ ଇନସ୍ପେକ୍ସନ କରିଛନ୍ତି। 

ପ୍ରାଣୀ ବିଜ୍ଞାନୀ ଶିବ ପ୍ରସାଦ ପରିଡା ବିଶେଷଜ୍ଞ ଦଳର ନେତୃତ୍ବ ନେଉଛନ୍ତି । ସ୍ପଟ୍ ଭିଜିଟ୍ କରି ହାତୀ କଙ୍କାଳ ଖୋଳି ବାହାର କରିବା ପାଇଁ କଣ ସବୁ ଆବଶ୍ୟକ ହେବ, ସେନେଇ ଅନୁଧ୍ୟାନ କରିଛନ୍ତି। ରାମୁ ଥିଲା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ଅଣ୍ଡିରା ହାତୀ ।  ୨୦୨୪ ଅଗଷ୍ଟ ୧୯ରେ ବିଦ୍ୟୁତ୍ ଆଘାତରେ ‘ରାମୁ’ର ମୃତ୍ୟୁ ହୋଇଥିଲା।

Advertisment

•    ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ
•    ମାଟି ତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ
•    ରାଜଧାନୀ ଉପକଣ୍ଠ ଭରତପୁର ଜଙ୍ଗଲରେ ପୋତାଯାଇଥିଲା ରାମୁ ହାତୀ
•    ଭୁବନେଶ୍ୱର ଗୋଡ଼ିବାରି ପ୍ରକୃତିନିବାସରେ ରହିବ ରାମୁ ହାତୀର ‘କଙ୍କାଳ’
•    ମୃତ୍ୟୁ ପରେ ବି ଲୋକଙ୍କ ମନରେ ଅମର ରହିବ 'ରାମୁ' ହାତୀ
•    ୨୦୨୪ ଅଗଷ୍ଟ ୧୯ରେ ବିଦ୍ୟୁତ୍ ଆଘାତରେ ‘ରାମୁ’ର ହୋଇଥିଲା ମୃତ୍ୟୁ

Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ