Advertisment

ରାମ ମନ୍ଦିରର ନିର୍ମାଣରେ ବ୍ୟବହାର ହେବନି ଲୁହା: ଏହି ଜିନିଷରେ ତିଆରି ହେବ ମନ୍ଦିର

ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ବସିଛି। ନୂଆଦିଲ୍ଲୀରେ ଏହି ବୈଠକ ବସିଛି।  କେବେଠାରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ସେନେଇ ବୈଠକରେ ସ୍ଥିର ହେବ। ବୈଠକରେ ଯୋଗ ଦେବାକୁ ଟ୍ରଷ୍ଟର ସମସ୍ତ ସଦସ୍ୟ ଦିଲ୍ଲୀ ଆସିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର  ନିର୍ମାଣ ହେବାକୁ ଥିବା ସ୍ଥଳରେ ଇଂଜିୟରମାନେ ପହଞ୍ଚି ମାଟିର ପରୀକ୍ଷା ପରୀକ୍ଷା କାମ ଆରମ୍ଭ କରିଛନ୍ତି। ଆସନ୍ତା ୩୬ରୁ […]

ରାମ ମନ୍ଦିରର ନିର୍ମାଣରେ ବ୍ୟବହାର ହେବନି ଲୁହା: ଏହି ଜିନିଷରେ ତିଆରି ହେବ ମନ୍ଦିର

ram-temple

Advertisment

ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ବସିଛି। ନୂଆଦିଲ୍ଲୀରେ ଏହି ବୈଠକ ବସିଛି।  କେବେଠାରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ସେନେଇ ବୈଠକରେ ସ୍ଥିର ହେବ।

Advertisment

ବୈଠକରେ ଯୋଗ ଦେବାକୁ ଟ୍ରଷ୍ଟର ସମସ୍ତ ସଦସ୍ୟ ଦିଲ୍ଲୀ ଆସିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର  ନିର୍ମାଣ ହେବାକୁ ଥିବା ସ୍ଥଳରେ ଇଂଜିୟରମାନେ ପହଞ୍ଚି ମାଟିର ପରୀକ୍ଷା ପରୀକ୍ଷା କାମ ଆରମ୍ଭ କରିଛନ୍ତି।

ଆସନ୍ତା ୩୬ରୁ ୪୦ ମାସ ମଧ୍ୟରେ ମନ୍ଦିର ନିର୍ମାଣ କାମ ସରିବ। ମନ୍ଦିରରେ କୌଣସି ଲୁହାର ବ୍ୟବହାର ହେବନାହିଁ। ରାଜସ୍ଥାନର ପାହାଡ଼ପୁରର ବାଲି ପଥରରେ ନିର୍ମିତ ହେବ ପ୍ରଭୁ ଶ୍ରୀରାମଙ୍କ ଏହି ଭବ୍ୟ ମନ୍ଦିର। ମନ୍ଦିର ପଥରରେ ତିଆରି ହେବା ଦ୍ୱାରା ହଜାରେ ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିପାରିବ ବୋଲି ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି। IIT ଚେନ୍ନାଇର ବେଷ୍ଟ ମାଇଣ୍ଡ୍ ଓ ସେଣ୍ଟ୍ରାଲ୍‌ ବିଲ୍‌ଡିଂ ରିସର୍ଚ ଇନ୍‌ଷ୍ଟିଟ୍ୟୁଟ୍‌ ମନ୍ଦିର ନିର୍ମାଣ କର୍ଯ୍ୟରେ ଲାଗିବେ ବୋଲି ସେ ସୂଚନ ଦେଇଛନ୍ତି।

Advertisment

ଗତ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଭୂମି ପୂଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ