Advertisment

ଆଜିଠୁ ରିମାଣ୍ଡରେ ଯିବ ରାକେଶ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ।

ଆଜିଠୁ ରିମାଣ୍ଡରେ ଯିବ ରାକେଶ

Jharafula

Advertisment

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ। ସୂଚନା ଅନୁସାରେ, ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଯାଜପୁର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବ ବୋଲି ଜଣାଯାଇଛି। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୋଲିସକୁ ଅନୁମତି ଦେଇଛନ୍ତି।

Advertisment

ଆଜି ପୂର୍ବାହ୍ନରୁ ୫ ତାରିଖ ପୂର୍ବାହ୍ନ ଯାଏଁ ମିଳିଥିବା ରିମାଣ୍ଡ ଅବଧି ମଧ୍ୟରେ ଯାଜପୁର ପୋଲିସ ଖୋଳତାଡ଼ କରିବ। କାରଣ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲଙ୍କ ମୃତଦେହ। ତା ସହ ଏକ ସିସିଟିଭି ଫୁଟେଜ୍ ବି ମିଳିଥିଲା। ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଝରାଫୁଲଙ୍କୁ ମୃତ ଅବସ୍ଥାରେ ସ୍କୁଟରରେ ବସାଇ ନେଉଥିବାର ଚିତ୍ର ରହିଛି। ତେଣୁ ରାକେଶ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ? କେଉଁଠୁ ଏବଂ କେମିତି ଆସିଲା ମୃତଦେହ ? ଏସବୁ ଦିଗକୁ ଧରି ଯାଜପୁର ପୋଲିସ ରାକେଶଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ତେବେ ପୂର୍ବରୁ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ଝରାଫୁଲ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଥିଲେ।

Advertisment

ଏହି ଗେଷ୍ଟ ହାଉସ୍ ଖଣ୍ଡଗିରି ଧର୍ମବିହାର ଲେନ୍-୬ରେ ବୋଲି ଜଣାଯାଇଥିଲା।  ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି, ସେହି ରାତିରେ ଝରା ଫୁଲଙ୍କ ସହ  ବନ୍ଧୁ ରାକେଶ  ସ୍ୱାଇଁ  ମଧ୍ୟ ଗେଷ୍ଟ ହାଉସରେ ରହିଥିଲେ।  ଏତିକି ନୁହେଁ, ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବାର ଦୃଶ୍ୟ ମଧ୍ୟ ଏହି ଫୁଟେଜ୍‌ରେ କଏଦ ହୋଇଛି।

ଇତି ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଥିଲା। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର ବି କରିଥିଲା।

Advertisment

ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରୁଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, ଝରାଫୁଲକୁ ପ୍ରେମ କରୁଥିବା ଏବଂ ଝିଅର ମୃତ୍ୟୁ ପଛରେ ରାକେଶର ଲିଙ୍କ୍ ଥିବା ନେଇ ମଧ୍ୟ ଝରାଫୁଲଙ୍କ ବାପା ଅଭିଯୋଗ ବି କରିଥିଲେ। ତେବେ ରାକେଶ କଣ କହୁଛି କାହା ଉପରେ ରହିଛି ନଜର।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ