Advertisment

Rajya Sabha Math Behind BJD Suspensions: ବିଜେଡି ଆକ୍ସନ ପଛରେ ରାଜ୍ୟସଭା ନିର୍ବାଚନ; ସୁଜାତାଙ୍କ ରାଜ୍ୟସଭା ରାସ୍ତା ସଫା କରିବାକୁ ନିଲମ୍ବନ କି ?

ବିଜେଡି ଆକ୍ସନ ପଛରେ ରାଜ୍ୟସଭା ନିର୍ବାଚନ ? ସୁଜାତାଙ୍କ ରାଜ୍ୟସଭା ରାସ୍ତା ସଫା କରିବାକୁ ନିଲମ୍ବନ କି ? ନବୀନଙ୍କୁ ଘାରିଛି କି କ୍ରସ ଭୋଟିଂ ଭୟ ? ୪ ନମ୍ବର ସିଟ ପାଇଁ ନୂଆ ସମୀକରଣ ଲାଗି କାର୍ଯ୍ୟାନୁଷ୍ଠାନ କି ?

author-image
Pramod Behera
Rajya Sabha Math Behind BJD Suspensions

ବିଜେଡି ଆକ୍ସନ ପଛରେ ରାଜ୍ୟସଭା ନିର୍ବାଚନ! Photograph: (OTV)

ସନା ମହାକୁଡ ଏବଂ ଅରବିନ୍ଦ ମହାପାତ୍ର। ବିଜେଡିର ଦୁଇ ବିଧାୟକଙ୍କୁ ନିଲମ୍ବନ ପଛରେ ରାଜ୍ୟସଭା ନିର୍ବାଚନ ଗଣିତକୁ ନେଇ ଚର୍ଚ୍ଚା। ହେଲେ ରାଜ୍ୟସଭା ନିର୍ବାଚନରେ କ’ଣ ସେ ସମୀକରଣ ଯେଉଁଥି ପାଇଁ ହେଲା ଆକ୍ସନ। ପ୍ରକୃତରେ ସୂଜାତା କାର୍ତ୍ତିକେୟନକୁ ରାଜ୍ୟସଭା ପଠାଇବାକୁ କ୍ରସ ଭୋଟିଂ ଭୟରେ ଏହି ଆକ୍ସନ ନେଇଛନ୍ତି କି ନବୀନ। ନା ଚତୁର୍ଥ ସିଟ୍ ପାଇଁ ତିଆରି ହେଉଥିବା ନୂଆ ସମୀକରଣକୁ ଚେକ ଦେବାକୁ ଏହି ଆକ୍ସନ। 

Advertisment

ଦୁଇ ବିଧାୟକ ସନା ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିର ନିଲମ୍ବନ ପଛରେ ଆସନ୍ତା ରାଜ୍ୟସଭା ନିର୍ବାଚନ ଗଣିତ ଥିବା ଚର୍ଚ୍ଚା। ମାର୍ଚ୍ଚ ଶେଷରେ ଖାଲି ହେଉଛି ରାଜ୍ୟର ୪ ରାଜ୍ୟସଭା ଆସନ। ସେଥିରୁ ୨ଟି ଆସନ ପାଇଁ ବିଜେପି ଏବଂ ଗୋଟିଏ ଆସନ ପାଇଁ ବିଜେଡି ପାଖରେ ସଂଖ୍ୟା ରହିଛି। ବାକି ଚତୁର୍ଥ ଆସନ ପାଇଁ କାହା ପାଖରେ ବି ଆବଶ୍ୟକ ସଂଖ୍ୟା ନାହିଁ। 

କୁହାଯାଉଛି ତୃତୀୟ ସିଟରେ ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପଠାଯାଇପାରେ। ଆଉ ତାକୁ ନଜରରେ ରଖି ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କ୍ରସ୍ ଭୋଟିଂ ଭୟରେ ପାଣ୍ଡିଆନ ବିରୋଧୀ ନେତାଙ୍କୁ ସ୍ପଷ୍ଟ ସନ୍ଦେଶ ଦେବାକୁ କାର୍ଯ୍ୟାନୁଷ୍ଠାନ ହୋଇଥାଇପାରେ ବୋଲି ବି କୁହାଯାଉଛି। ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ପଛରେ ଡିଲ୍ ନେଇ ବି ଅଭିଯୋଗ କରିଛନ୍ତି ପିସିସି ସଭାପତି ଓ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଭକ୍ତ କହିଛନ୍ତି ଦୁଇ ଜଣ ବିଧାୟକଙ୍କୁ ବିଜେପିକୁ ଟେକି ଦେଲା ବିଜେଡି। ଯାହାକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ।

Advertisment

ଅନ୍ୟପଟେ ସବୁଠୁ ବଡ଼ ଚର୍ଚ୍ଚା ହେଉଛି ଚତୁର୍ଥ ରାଜ୍ୟସଭା ସିଟ୍ ପାଇଁ ତିଆରି ହେଉଥିଲା ନୂଆ ସମୀକରଣ। କୁହାଯାଉଥିଲା ଏଇ ସିଟରେ ୩ ଦଳ ବିଧାୟକଙ୍କ ସହ ଭଲ ସଂପର୍କ ରଖୁଥିବା ଏବଂ ଏବେ କୌଣସି ଦଳରେ ନଥିବା ଜଣେ ରାଜନୈତିକ ବ୍ୟକ୍ତିତ୍ୱ ରାଜ୍ୟସଭା ଯାଇପାରନ୍ତି। ଚର୍ଚ୍ଚା ଏୟା ବି ହେଉଥିଲା ଯେ ରିପିଟ୍ ହୋଇପାରେ ୨୦୦୨ ରାଜ୍ୟସଭା ନିର୍ବାଚନ ସମୀକରଣ। 

୨୦୦୨ରେ ବିଜେଡି ପକ୍ଷରୁ ଏ.ୟୁ ସିଂଦେଓ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଦିଲ୍ଲୀପ ରାୟ। ଯେଉଁଥିପାଇଁ ନବୀନ ତାଙ୍କୁ ବହିଷ୍କୃତ କରିଥିଲେ। କିନ୍ତୁ ବିଜୟ ମହାପାତ୍ରଙ୍କ ଗୋଟି ଚାଳନାରେ ରାଜ୍ୟସଭାକୁ ଯିବାରେ ସକ୍ଷମ ହୋଇଥିଲେ ଦିଲ୍ଲୀପ। କୁହାଯାଉଛି ମାର୍ଚ୍ଚରେ ଖାଲି ହେବାକୁ ଯାଇଥିବା ରାଜ୍ୟସଭା ସିଟ୍ ଭିତରୁ ଚତୁର୍ଥ ସିଟ୍ ପାଇଁ ଏମିତି କିଛି ସମୀକରଣ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଥିଲା। 

ନିକଟରେ ବିଜୟ ମହାପାତ୍ର ମହମ୍ମଦ ମୋକିମଙ୍କୁ ଭେଟିବା ସହ ଦିଲ୍ଲୀପ ରାୟଙ୍କ ଜନ୍ମଦିନରେ ନଜରକୁ ଆସିଥିଲେ। ଏହା ବି ନିଲମ୍ବନ ପଛରେ କାରଣ ହୋଇଥାଇପାରେ ବୋଲି କୁହାଯାଇଛି। ଯଦିଓ ଏହାକୁ ବିଜୟ ମହାପାତ୍ର ଖଣ୍ଡନ କରିଛନ୍ତି।

ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଆଗାମୀ ରାଜ୍ୟସଭା ନିର୍ବାଚନ ସମୀକରଣକୁ କେଉଁ ଦିଗ ଦେଉଛି, ତା’ ଉପରେ ନଜର।

Odisha News Rajya Sabha Odisha Politics
Advertisment
Advertisment