/odishatv-khabar/media/media_files/2026/03/09/odisha-rajya-sabha-election-battle-2026-03-09-19-47-09.jpg)
ରାଜ୍ୟସଭା ମୈଦାନରେ ୫ ଯୋଦ୍ଧା Photograph: (OTV)
ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଘମାସାନ। ଆଜି ଶେଷଦିନରେ ଆଉ କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର ନକରିବାରୁ ମୈଦାନରେ ଏବେ ପାଞ୍ଚକୁ ପାଞ୍ଚ ଯୋଦ୍ଧା।
ତେବେ ଚତୁର୍ଥ ଆସନରୁ କିଏ ଯିବେ ରାଜ୍ୟସଭା ? ଦିଲ୍ଲୀପ ରାୟଙ୍କ ସହ ଦତ୍ତେଶ୍ବର ହୋତାଙ୍କ ଫାଇଟ୍ ଭିତରେ କାହାର ହେବ ଜିତାପଟ, ଲାଗିରହିଥିବା ଛକାପଞ୍ଛା ଭିତରେ କ୍ରସ୍ ଭୋଟିଂ ଏବଂ ଘୋଡ଼ା ବେପାରର ଭୟ ବିରୋଧୀ ଶିବିରକୁ ଚିନ୍ତା ବଢ଼ାଇଛି। ଏସବୁ ଭିତରେ ଓଡ଼ିଶା ବିଜେପିର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତ କରାଯାଇଛି।
ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି। କାଏମ ରହିଲା ୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ମଇଦାନରେ ମନମୋହନ, ସୁଜିତ, ସଂତୃପ୍ତ । ଚତୁର୍ଥ ଆସନରେ ମୁହାଁମୁହିଁ ହେବେ କମନ କ୍ୟାଣ୍ଡିଡେଟ ଦତ୍ତେଶ୍ବର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ। ବିଜେପି ଖାତାକୁ ୨ଟି ସିଟ ଯାଉଥିବା ବେଳେ ବିଜେଡି ଖାତାକୁ ଗୋଟିଏ ସିଟ୍ ଯାଉଛି। କିନ୍ତୁ ଅସଲ ଲଢେଇ ମାର୍ଚ୍ଚ ୧୬ରେ ଚତୁର୍ଥ ଆସନରେ ହେବାକୁ ଯାଉଛି।
ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ପାଖରେ ସଂଖ୍ୟା ନାହିଁ, କିନ୍ତୁ ବିରୋଧୀ ବିଜେଡି କଂଗ୍ରେସ ପାଖରେ ରହିଚି ମ୍ୟାଜିକ୍ ନମ୍ବର। ଏହାସତ୍ତ୍ବେ କ୍ରସ୍ ଭୋଟିଂ ଓ ଘୋଡା ବେପାର ଭୟ ବିରୋଧୀ ଶିବିରର ଚିନ୍ତା ବଢ଼ାଇଛି। ଅନ୍ୟପଟେ ନିକଟରେ ଅମିତ ଶାହଙ୍କ ଠାରୁ ମନ୍ତ୍ର ନେଇଥିବା ରାଜ୍ୟ ବିଜେପି କ୍ୟାମ୍ପ କିନ୍ତୁ ବେଶ୍ କନଫିଡେନ୍ସ ଯେ ଦିଲୀପ ହିଁ ବାଜିମାତ୍ କରିବେ।
ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଚର୍ଚ୍ଚା ଭିତରେ ସସପେନ୍ସ ବଢାଇଛି ବିଜେଡି ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା। ନବୀନଙ୍କ କମନ କ୍ୟାଣ୍ଡିଡେଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବା ପ୍ରଶ୍ନରେ ସୁବାସିନୀ କହିଛନ୍ତି, ସମୟ କହିବ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ସବୁ ବିଧାୟକଙ୍କ ଡାକି ଆଲୋଚନା କରୁଛନ୍ତି। ଏଭଳି ସମୟରେ କାହିଁକି ସସପେନ୍ସ ବଢ଼ାଇଲେ ସୁବାସିନୀ ଜେନା ? ଅନ୍ୟପଟେ ବିଜେଡି କହିଛି ଆମେ ଦୁଇଟି ଆସନ ନେବା ସୁନିଶ୍ଚିତ।
ଏସବୁ ଭିତରେ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ଓଡ଼ିଶା ପାଇଁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ବାୱନକୁଲେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଖୁବ ଶୀଘ୍ର ସେ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସଭାପତି ମନମୋହନ ସାମଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)