Advertisment

ଯୁବ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା ‘ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌’ ପକ୍ଷରୁ ‘ରାଜଯୋଗ ଫର ବୁଷ୍ଟିଙ୍ଗ୍ ସ୍ପୋର୍ଟସ ପରଫାନ୍ସାସ୍‌’ ଶୀର୍ଷକ ସେମିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ପୋର୍ଟସ୍ ୱିଙ୍ଗ୍ ପକ୍ଷରୁ ପଟିଆ ସେବା କେନ୍ଦ୍ରରେ ହକି ଯୁବଖେଳାଳିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସେମିନାରକୁ ଆଇଟି ୱିଙ୍ଗ୍ ମାଉଁଣ୍ଟଆବୁରୁ ଆସିଥିବା ଇଂ. ରାଜଯୋଗିନୀ ବ୍ରହ୍ମାକୁମାରୀ ସବିତା ପରିଚାଳନା କରିଥିଲେ। ଏଥିସହ […]

ଯୁବ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

award

Advertisment

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା ‘ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌’ ପକ୍ଷରୁ ‘ରାଜଯୋଗ ଫର ବୁଷ୍ଟିଙ୍ଗ୍ ସ୍ପୋର୍ଟସ ପରଫାନ୍ସାସ୍‌’ ଶୀର୍ଷକ ସେମିନାର ଆୟୋଜନ କରାଯାଇଥିଲା।

Advertisment

ଏହି ଅବସରରେ ସ୍ପୋର୍ଟସ୍ ୱିଙ୍ଗ୍ ପକ୍ଷରୁ ପଟିଆ ସେବା କେନ୍ଦ୍ରରେ ହକି ଯୁବଖେଳାଳିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସେମିନାରକୁ ଆଇଟି ୱିଙ୍ଗ୍ ମାଉଁଣ୍ଟଆବୁରୁ ଆସିଥିବା ଇଂ. ରାଜଯୋଗିନୀ ବ୍ରହ୍ମାକୁମାରୀ ସବିତା ପରିଚାଳନା କରିଥିଲେ। ଏଥିସହ ଖେଳାଳିମାନଙ୍କୁ ଉତ୍ସାହିତ କରିବାପାଇଁ ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହକି ଖେଳାଳି ସୁବୋଧ ତୀର୍କି, ଇଷ୍ଟକୋଷ୍ଟ ରେଲୱେର ହକି କୋଚ୍ ରଂଜନ ଦାସ, କୋଣାର୍କ ଟିଭିର ଚେୟାରମ୍ୟନ୍ ସୌମ୍ୟରଂଜନ ପଟ୍ଟନାୟକ ଓ ଉତ୍କଳମେଲ୍ ପତ୍ରିକାର ସଂପାଦକ ପୀତବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାୟ ୬୦ଜଣ ହକି ଖେଳାଳି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ପଟିଆ ସେବାକେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ଗୋଲାପ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମାକୁମାରୀ ଇଂଜିନିୟର ସୁଦୀପ୍ତା ଭଉଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ