Advertisment

କରୋନା ଯୋଗୁ ଗଞ୍ଜାମରେ ପାଳନ ହେବନି ରଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜୁନ୍‌ ୧୬ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି।  ରଜରେ ଦୋଳି ଖେଳିବା, ମେଳା ମହୋତ୍ସବ ଓ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି ସମୟରେ ହେଉଥିବା ପାରମ୍ପରିକ ଖେଳକୁ ମଧ୍ୟ ବନ୍ଦ କରାଯାଇଛି। ଖବର ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ଥିବାବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ ଆକ୍ରାନ୍ତ […]

କରୋନା ଯୋଗୁ ଗଞ୍ଜାମରେ ପାଳନ ହେବନି ରଜ

raja

Advertisment

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜୁନ୍‌ ୧୬ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି।  ରଜରେ ଦୋଳି ଖେଳିବା, ମେଳା ମହୋତ୍ସବ ଓ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି ସମୟରେ ହେଉଥିବା ପାରମ୍ପରିକ ଖେଳକୁ ମଧ୍ୟ ବନ୍ଦ କରାଯାଇଛି।

Advertisment

ଖବର ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ଥିବାବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧୫ ଜଣ ସୁସ୍ଥହୋଇ ଥିବାବେଳେ ୧୩୮ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହା ପୂର୍ବରୁ ରାଜ୍ୟରେ ରଜ ପାଳନ ନେଇ କଟକଣା ଜାରି କରିବା ସହିତ  ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟ ସରକାର। ଏଥି ସହିତ ରଜ କିଣାବିକା ନେଇ ଗାଇଡଲାଇନ ମଧ୍ୟ ଜାରି କରିଥିଲେ। ଗୋଟିଏ ରଜପାଇଁ ଜୀବନକୁ ବିପନ୍ନ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

Advertisment

ଏହାପୂର୍ବରୁ କେନ୍ଦୁଝର ପ୍ରଶାସନ ମଧ୍ୟ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜିଠାରୁ କଟକଣା ଲାଗୁ ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି

Raja Festival CoronaVirus Raja Odisha Raja Raja In Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ