Advertisment

ଆହୁରି ୩ ଦିନ ବର୍ଷିବ ! ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରପ୍‌ ଲାଇନ ସମୁଦ୍ର ପତନ ଠାରୁ ୩.୧ କି.ମି. ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୩୦ରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ବଲାଙ୍ଗିର, ଦେବଗଡ, ସୋନପୁର, […]

ଆହୁରି ୩ ଦିନ ବର୍ଷିବ ! ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

rainfall

Advertisment

ଭୁବନେଶ୍ୱର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରପ୍‌ ଲାଇନ ସମୁଦ୍ର ପତନ ଠାରୁ ୩.୧ କି.ମି. ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଜୁନ୍‌ ୩୦ରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ବଲାଙ୍ଗିର, ଦେବଗଡ, ସୋନପୁର, ବୌଦ୍ଧ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ ଓ ରାୟଗଡ଼ା।

ଜୁଲାଇ ୧ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି।

Advertisment

ଜୁଲାଇ ୨ରେ ମାଲକାନଗିରି, ରାୟଗଡା, କୋରାପୁଟ, ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାସହ କୋରାପୁଟ, ରାୟଗଡା , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ୧ରୁ ଜୁନ୍‌ ୨୮ ସୁଦ୍ଧା ଓଡ଼ିଶାରେ ୨୨୮.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୧୯୭.୮ ମି.ମି. ଠାରୁ ୧୬ ପ୍ରତିଶତ ଅଧିକ। ଆଜି ସୁଦ୍ଧା କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି।

Advertisment

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ଏବଂ ନୟାଗଡ ସମେତ ୧୧ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

ମାଲକାନଗିରି, କୋରାପୁଟ, ରାୟଗଡା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଦେଓଗଡ, ଅନଗୁଳ, ଢେଙ୍କାନାଳ,କଳାହାଣ୍ଡି ଏବଂ ବରଗଡ ସମେତ ୧୧ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରୁ ନୂଆ ୨୫ କରୋନା ଆକ୍ରାନ୍ତ ଚିହ୍ନଟ

Rain In Odisha Odisha Weather Today Rain Today In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ