Advertisment

ଆସନ୍ତା ୯ ତାରିଖ ଯାଏ ବର୍ଷା

ବୌଦ୍ଧ/କଳାହାଣ୍ଡି/ଧର୍ମଗଡ଼ : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ରାଜ୍ୟବ୍ୟାପୀ ଜନଜୀବନକୁ କରିଛି ଅସ୍ତବ୍ୟସ୍ତ। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ଜାରି କରିଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବତୁରା ଧାନକୁ ଧରି ମଣ୍ଡିରେ ଯମଯନ୍ତ୍ରଣା ଭୋଗୁଛି ଚାଷୀ। ସବୁଠି କୋହଲା ପବନ। ଅସ୍ତବ୍ୟସ୍ତ କରୁଛି ଝିପି ଝିପି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟବ୍ୟାପୀ ଅସମ୍ଭାଳ ସ୍ଥିତି। ଏଣେ ଚାଷୀଙ୍କ ପାଇଁ ପାଲଟିଛି ଯମ ଯନ୍ତ୍ରଣା । ବୌଦ୍ଧ ଜିଲ୍ଲାର ଧାନମଣ୍ଡି […]

ଆସନ୍ତା ୯ ତାରିଖ ଯାଏ ବର୍ଷା

rain

Advertisment

ବୌଦ୍ଧ/କଳାହାଣ୍ଡି/ଧର୍ମଗଡ଼ : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ରାଜ୍ୟବ୍ୟାପୀ ଜନଜୀବନକୁ କରିଛି ଅସ୍ତବ୍ୟସ୍ତ। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ଜାରି କରିଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବତୁରା ଧାନକୁ ଧରି ମଣ୍ଡିରେ ଯମଯନ୍ତ୍ରଣା ଭୋଗୁଛି ଚାଷୀ।

Advertisment

ସବୁଠି କୋହଲା ପବନ। ଅସ୍ତବ୍ୟସ୍ତ କରୁଛି ଝିପି ଝିପି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟବ୍ୟାପୀ ଅସମ୍ଭାଳ ସ୍ଥିତି। ଏଣେ ଚାଷୀଙ୍କ ପାଇଁ ପାଲଟିଛି ଯମ ଯନ୍ତ୍ରଣା । ବୌଦ୍ଧ ଜିଲ୍ଲାର ଧାନମଣ୍ଡି ବର୍ଷାରେ ବତୁରୁଛି। ୪ଦିନ ତଳୁ ଟୋକନ୍ ମିଳିଛି। ହେଲେ ଧାନ କିଣିବାକୁ କାହାରି ଦେଖା ନାହିଁ । ଶୀଘ୍ର ନଉଠିଲେ ହଜାର ହଜାର କୁଇଣ୍ଟାଲ ଧାନ ଗଜା ହେବା ନିଶ୍ଚିତ। କଳାହାଣ୍ଡି ଜିଲ୍ଲାରେ ବି ଅଦିନିଆ ବର୍ଷା। ଆରମ୍ଭରୁ ମିଲର୍ସ କଟନି ଛଟନି ସମସ୍ୟାରେ ଧନ୍ଦି ହେଉଥିବା ବେଳେ ଚାଷୀଙ୍କୁ ଏବେ ଦାଉ ସାଧିଛି ଅଦିନ ମେଘ। ଜରି ଓ ପାଲରେ ସିନା ଯେନତେନ ଧାନ ଘୋଡ଼ାଇ ରଖିଛନ୍ତି। ହେଲେ ଟୋକନ୍ କି ଟାର୍ଗେଟ୍ ସବୁଥିରେ ପ୍ରଶାସନ ଫେଲ୍ ମାରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରାଜଧାନୀରୁ ରାୟଗଡ଼ା । ଘୂର୍ଣ୍ଣି ବଳୟ ପ୍ରଭାବରେ ସବୁଠି ଜନଜୀବନ ଅସ୍ତବ୍ୟସ୍ତ କରିଛି ଅଦିନିଆ ବର୍ଷା। ଦାରିଙ୍ଗବାଡ଼ିରେ ସର୍ବାଧିକ ୧୭ ମିଲିମିଟର ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର କଟକ, ପୁରୀ, ବ୍ରହ୍ମପୁର ସମେତ ଅନେକ ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି। ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ମଧ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।

Advertisment

ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ତେବେ କଳାହାଣ୍ଡି, କୋରାପୁଟ, ବଲାଙ୍ଗିର ଓ ରାୟଗଡ଼ାରେ ଘନ କୁହୁଡ଼ି ପଡ଼ିବ  ୯ ତାରିଖ ଯାଏଁ ବର୍ଷା ପରେ ୧୦ରୁ ପୁଣି ବଢ଼ିବ ଶୀତ ବୋଲି ପାଣିପାଗ ବିଭାଗ କହିଛି। ସେପଟେ ରାଜ୍ୟରେ ବର୍ଷାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ଘନ କୁହୁଡ଼ି ପଡ଼ିଥିଲେ ହାଇୱେରେ ଗାଡ଼ି ଚଳାଚଳ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ଏସଆରସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ