Advertisment

ଲକ୍‌ଡାଉନ୍‌ରେ ବଡ଼ ଧରଣର ବିବାହ ଭୋଜି ଆୟୋଜନ କରି ଗଣିଲେ ଫାଇନ୍‌

ବାଲିଗୁଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ୍‌ ମଧ୍ୟ ଆକ୍ସନ ନେଉଛି।…

author-image
Rajalaxmi Sahoo
ଲକ୍‌ଡାଉନ୍‌ରେ ବଡ଼ ଧରଣର ବିବାହ ଭୋଜି ଆୟୋଜନ କରି ଗଣିଲେ ଫାଇନ୍‌

marriage bhoji

ବାଲିଗୁଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ୍‌ ମଧ୍ୟ ଆକ୍ସନ ନେଉଛି। ଏଭଳି କିଛି ଘଟଣା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ବଡ଼ ଧରଣର ବିବାହ ଭୋଜି ଆୟୋଜନ କରିବା ସହ ଭୋଜିରେ ଶତାଧିକ ଲୋକଙ୍କୁ ଆମନ୍ତ୍ରଣ କରି ଆୟୋଜଙ୍କୁ ଫାଇନ୍‌ ଗଣିବାକୁ ପଡ଼ିଛି।

Advertisment

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିଲାବାଡ଼ି ଗାଁର ମହେଶ୍ୱର ପ୍ରଧାନ ବିବାହର ବହୁ ବର୍ଷ ପରେ ଆଦିବାସୀ ପରମ୍ପରା ଅନୁଯାୟୀ, ଶ୍ୱଶୁର ଘର ଲୋକଙ୍କ ପାଇଁ ଏକ ବଡ଼ ଭୋଜିର ଆୟୋଜନ କରିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଗାଁରେ ପହଞ୍ଚି ଭୋଜି ରୋକିବା ସହ ଭୋଜି ଆୟୋଜନ କରିଥିବା ମହେଶ୍ୱର ପ୍ରଧାନଙ୍କ ନିକଟରୁ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରିବା ସହ ତାଙ୍କୁ ତାଗିଦ୍‌ କରିଥିଲେ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି। ପୁଣି ଥରେ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଏବଂ ତା ପଛକୁ ସୁନ୍ଦରଗଡ଼ ଏବଂ କଟକ ରହିଛି ।  ସେହିପରି ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୧୯ ଜଣ ସଂକ୍ରମିତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦କୁ ବୃଦ୍ଧି ପାଇଛି।

Advertisment
Advertisment