Ranging Photograph: (OTV)
ସ୍କୁଲ ହଷ୍ଟେଲ ପରିସରରେ ରାଗିଂ। ମୟୂରବଞ୍ଜ ଖୁଣ୍ଟା ସ୍ଥିତ ଏକ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ । ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘ ସମୟ ନବମ ଶ୍ରେଣୀ ଛାତ୍ର ଆଣ୍ଠେଇ ରଖିଥିବା ଅଭିଯୋଗ ଉଠିଛି । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ହୋଇଛି ନିର୍ଯାତନା।
ଯାହାର ଭିଡିଓ ସାମ୍ନାକୁ ଆସିଛି। ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଛି। ଏପଟେ ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ଅଭିଭାବକଙ୍କୁ ଏଭଳି ହଷ୍ଟେଲ ଛାତ୍ରମାନେ କହିଛନ୍ତି । ତେବେ ଏନେଇ ସଂପୃକ୍ତ ସ୍କଲୁ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/ranging-2026-02-28-11-51-39.jpg)