Advertisment

ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ

ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।ବିଜେଡିରେ ସିକ୍ତାଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସିକ୍ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ। ସେହିପରି ସିକ୍ତା କହିଛନ୍ତି ଯେ ସେ ସମାଜର ଅବହେଳିତ ବର୍ଗର […]

ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ

phot naveen

Advertisment

ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।ବିଜେଡିରେ ସିକ୍ତାଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସିକ୍ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ। ସେହିପରି ସିକ୍ତା କହିଛନ୍ତି ଯେ ସେ ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ କାମ କରିବେ।

Advertisment

ସୂଚନାଯୋଗ୍ୟ, ପ୍ୟାରୀ ମହାପାତ୍ରଙ୍କ ମୃତ୍ୟୁ ପରେ ଝିଅ ସିକ୍ତା ୨୦୧୭ ଏପ୍ରିଲ ମାସରେ ତାଙ୍କ ପିତାଙ୍କ ଦ୍ୱାରା ଗଠିତ ଓଡ଼ିଶା ଜନମୋର୍ଚ୍ଚା ପାର୍ଟିର ମହାସଚିବ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସିକ୍ତାଙ୍କୁ କୌଣସି ରାଜନୀତିକ ଗତିବିଧିରେ ଦେଖିବାକୁ ମିଳିନଥିଲା। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ଜାନୁୟାରୀ ମାସରେ ଓଡ଼ିଶା ଜନମୋର୍ଚ୍ଚାର ଆନୁଷ୍ଠାନିକ ଭାବେ ଓଡ଼ିଶା ସମତାକ୍ରାନ୍ତି ଦଳରେ ମିଶ୍ରଣ ହେବା ପରଠୁ ସିକ୍ତା ରାଜନୀତିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଅବଶ୍ୟ ବସ୍ତିବାସିନ୍ଦାଙ୍କ ପାଇଁ ସିକ୍ତା ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛନ୍ତି। ପିତାଙ୍କ ମୃତ୍ୟୁର ପ୍ରାୟ ୨ବର୍ଷ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୧୨ ମେ’ ୨୯ତାରିଖ ମିଡନାଇଟ୍ ଅପରେସନ ଯୋଗୁ ପ୍ୟାରୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ଓ ୨୦୧୭ ମାର୍ଚ୍ଚ ମାସରେ ପ୍ୟାରୀଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ