sankarcharya
ପୁରୀ : ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି।
ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର। ଅନେକ ଦେଶରେ ହିନ୍ଦୁ ବସବାସ କରୁଥିଲେ ମଧ୍ୟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟ ଦେଶରେ ନିର୍ଯାତନାର ଶିକାର ହେଉଥିବା ହିନ୍ଦୁଙ୍କୁ ଏହି ୩ ଦେଶରେ ଥଇଥାନ କରାଯାଉ। ଏଥିପାଇଁ ଜାତିସଂଘରେ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରୁ। ଏହି ନ୍ୟାୟାଳୟ ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟା ଲଘୁଙ୍କୁ ଥଇଥାନ ପାଇଁ କାମ କରିବା ଉଚିତ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sankarcharya_1626688915.jpg)