Advertisment

ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

ପୁରୀ: ରାତି ପାହିଲେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପୁନଃ ବିଚାର କରି ଏଥିରେ ଆଂଶିକ ପରିବର୍ତ୍ତନ କରିବା ଲାଗି ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାୟର ହୋଇଛି। ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି। ଗୋଟିଏପଟେ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି […]

ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

puri

Advertisment

ପୁରୀ: ରାତି ପାହିଲେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପୁନଃ ବିଚାର କରି ଏଥିରେ ଆଂଶିକ ପରିବର୍ତ୍ତନ କରିବା ଲାଗି ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାୟର ହୋଇଛି।

Advertisment

ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି। ଗୋଟିଏପଟେ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ସମ୍ମତି ଜଣାଇଥିବାବେଳେ ଅନ୍ୟପଟେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ, ପୁରୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଥିବା ସମସ୍ତ ଉଠା ଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ କୁହାଯାଇଛି। ପୁରୀ ମ୍ୟୁନିସିପାଲଟି ପକ୍ଷରୁ ଏହି ଘୋଷଣା କରାଯାଇଛି।

Advertisment

ସୂଚନାଥାଉ କି, ପୁରୀ ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ରଖିବା ପରେ ଏହାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି। ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ଲାଗି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ