Advertisment

Puri Bar Association Agitation: ପୁରୀ ରାସ୍ତା ବନ୍ଦ କଲେ ଆଇନଜୀବୀ, ଜାତୀୟ ରାଜପଥରେ ପ୍ରତିବାଦ କରି ରାସ୍ତାରୋକ ଆନ୍ଦୋଳନ

ପୁରୀ କୋର୍ଟ ସ୍ଥାନାନ୍ତର ପ୍ରକ୍ରିୟା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ। ମାଳତୀପାଟପୁର ସମ୍ମୁଖ ଜାତୀୟ ରାଜପଥରେ ପ୍ରତିବାଦ କରୁଛନ୍ତି ଆଇନଜୀବୀ। ରାସ୍ତାରୋକ ସହିତ ନାରାବାଜି କରୁଛନ୍ତି।

Puri Bar Association Agitation

Puri Bar Association Agitation Photograph: (OTV)

Advertisment

ପୁରୀ କୋର୍ଟ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ କରି ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଛି। ପୁରୀର ସମସ୍ତ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ କରି ଆଜି ପୁରୀର ଓକିଲମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। 

Advertisment

ସକାଳ ୯ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ମାଳତୀପାଟପୁର ସମ୍ମୁଖ ଜାତୀୟ ରାଜପଥରେ ପ୍ରତିବାଦ କରି ରାସ୍ତାରୋକ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ରାସ୍ତାରୋକ ଯୋଗୁ ଯାତାୟାତ ଓ ଜନଜୀବନ ପ୍ରଭାବିତ ହୋଇଛି ।

ଏହା କେବଳ ଓକିଲଙ୍କ ସମସ୍ୟା ନୁହେଁ। ଲକ୍ଷଲକ୍ଷ ଲୋକମାନେ କୋର୍ଟ ସ୍ଥାନାନ୍ତର ହେଲେ ପ୍ରଭାବିତ ହେବେ ବୋଲି କହିଛନ୍ତି ଓକିଲ। ବିଧାନସଭା ଚାଲିଛି ତେଣୁ ବିଧାନସଭାରେ ବିସ୍ତୃତ ଭାବରେ ଆଲୋଚନା କରିବା ଲକ୍ଷ୍ୟରେ କିଭଳି ସ୍ଥାନାନ୍ତର ନକରାଯାଇ ସମାଧାନର ପନ୍ଥା ବାହାରିବ ତାକୁ ଲକ୍ଷ୍ୟ କରି ଏହି ଆନ୍ଦୋଳନ ବୋଲି ପୁରୀ ପୁରୀ ଓକିଲ ସଂଘ ସମ୍ପାଦକ କହିଛନ୍ତି।

Advertisment

Puri Bar Association
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ