Advertisment

Puri Dol Purnima Rush: ପୁରୀରେ ଠେଲାପେଲା, ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ

ପୁରୀରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା। ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା। ଭକ୍ତଙ୍କ ପ୍ରବଳ ଭିଡ଼ରୁ ସ୍ଥିତି ବିଗିଡ଼ିଲା। କିଛି ଭକ୍ତ ଆହତ ହୋଇଥିବା ସୂଚନା।

Crowd

Crowd Photograph: (OTV)

Advertisment

ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼। ଦୋଳପୂର୍ଣ୍ଣମୀ ଅବସରରେ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା ହୋଇଛି। ଠାକୁର ଦୋଳବେଦୀରେ ବିରାଜମାନ ଥିବାବେଳେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ପ୍ରବଳ ଭିଡ଼ରୁ ସ୍ଥିତି ବିଗିଡ଼ିଥିଲା। 

Advertisment

ଠେଲାପେଲାରୁ କିଛି ଭକ୍ତ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଦୋଳପୂର୍ଣ୍ଣିମା କାରଣରୁ ପୁରୀରେ ଶ୍ରଦ୍ଧାଳୁଙ୍କ  ଅସମ୍ଭାଳ ଭିଡ଼ ଲାଗିଛି। ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା।ଏବେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ଚାଲିଥିବା ଜଣାପଡିଛି।

Srimandir Puri Dola Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ