Advertisment

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ପୁରୀ ହସ୍ପିଟାଲ ସାମ୍ନାରେ ପୋଲିସ ସହ ସାଧାରଣ ଜନତା ଏବଂ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ। ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୋଲିସ। ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ ସହ […]

ଅଦ୍ୟତନ ହୋଇଛି
ପୋଲିସ ହେପାଜତରେ  ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

hajat mrutyu

Advertisment

ପୁରୀ: ପୁରୀରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ପୁରୀ ହସ୍ପିଟାଲ ସାମ୍ନାରେ ପୋଲିସ ସହ ସାଧାରଣ ଜନତା ଏବଂ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ।

Advertisment

ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୋଲିସ। ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ ସହ ଧସ୍ତାଧସ୍ତି ବେଳେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି। ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା ବେଳେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏନେଇ ତଦନ୍ତ ହେବ। NHRCଙ୍କ ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ।

ପୋଲିସ ମାଡ଼ରେ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ ବୋଲି କହିଛନ୍ତି ଏସ୍‌ପି।  ଯୁବକଙ୍କ ମୃତଦେହ ବର୍ତ୍ତମାନ ପୁରୀ ମେଡିକାଲରେ ରହିଛି। ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତ ଅଭିଯୁକ୍ତ ଯୁବକଙ୍କ ଶରୀରର ଡାହାଣ ହାତରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

Advertisment

ଅନ୍ୟପଟେ ଏହି ଘଟଣାରେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିଧାୟକ ଜୟନାରାୟଣ ମିଶ୍ର। ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି ପ୍ରଦୀପ୍ତ।

ଅଭିଯୁକ୍ତ ପୋଲିସଙ୍କ ନାଁରେ ୩୦୨ ଦଫା ଲଗାଇ ଗିରଫ କରାଯାଉ। ପୁରୀ ଏସ୍‌ପିଙ୍କୁ କାର୍ଯ୍ୟାନ୍ତର ସହ ଆଉ କୌଣସି ଜିଲ୍ଲାରେ ଏସ୍‌ପି ରଖାନଯାଉ ବୋଲି ଦାବି କରିଛନ୍ତି ଉଭୟ ନେତା ମୃତ ଯୁବକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିବା ସହିତ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ଉଭୟ ନେତା କହିଛନ୍ତି।

Advertisment

ଗତକାଲି ବାସେଳି ସାହି ଥାନା ହାଜତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ହାଜତ ମୃତ୍ୟୁ ଖଣ୍ଡନ କରିଛନ୍ତି ଏସ୍‌ପି। ସେପଟେ ମୃତଦେହକୁ ତରବରିଆ ଭାବେ ବିନା ପରିବାର ଲୋକଙ୍କୁ ଜଣାଇ ସତ୍କାର କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ