Advertisment

ପୁରୀ ହାଜତ ମୃତ୍ୟୁ ; ଘଟଣା ଦିନ ତତ୍କାଳୀନ ଏସ୍‌ପି ଥାନାରେ ଉପସ୍ଥିତ ଥିଲେ ବୋଲି କହିଲେ ଅଭିଯୋଗକାରୀ

ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହାସହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଆବେଦନ କରାଯାଇଛି ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ […]

author-image
Dibakar Sahoo
ଅଦ୍ୟତନ ହୋଇଛି
ପୁରୀ ହାଜତ ମୃତ୍ୟୁ ; ଘଟଣା ଦିନ ତତ୍କାଳୀନ ଏସ୍‌ପି ଥାନାରେ ଉପସ୍ଥିତ ଥିଲେ ବୋଲି କହିଲେ ଅଭିଯୋଗକାରୀ

8

ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Advertisment

ଏହାସହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଆବେଦନ କରାଯାଇଛି ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ କିଛି ଅଭିଯୋଗ ଯୋଡ଼ିଛନ୍ତି।

ଘଟଣା ଘଟିବାବେଳେ ବାସେଳି ସାହି ଥାନାରେ ପୁରୀର ତତ୍କାଳୀନ ଏସ୍ପି ଅଖିଳେଶ୍ୱର ସିଂହ ଉପସ୍ଥିତ ଥିଲେ ବୋଲି ଆବେଦନକାରୀ କହିଛନ୍ତି। ତା ଛଡ଼ା ରମେଶଙ୍କୁ ବାହାରୁ ନୁହେଁ, ତାଙ୍କ ଘରୁ ପୋଲିସ ଉଠାଇ ନେଇଥିଲା। ସେଦିନ ବାସେଳି ସାହି ଥାନାରେ ଉପସ୍ଥିତ ଥିବା ଅନ୍ୟ ଅଭିଯୁକ୍ତ ଏକଥା ଦେଖିଥିବା ଆବେଦନକାରୀ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

Advertisment
Advertisment
Advertisment