Bharat Bandh Photograph: (OTV)
ବିକ୍ଷୋଭ...ବନ୍ଦ...ଧାରଣା। ସକାଳ ୬ଟାରୁ ସାରା ରାଜ୍ୟରେ ବନ୍ଦକୁ ନେଇ ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ବନ୍ଦ ପାଳନ କରାଯାଇଛି।
କେଉଁଠି ଟ୍ରେନ୍ କୁ ଅଟକାଇଲେ, କେଉଁଠି ଏନଏଚ୍ ଅବରୋଧ କଲେ, କେଉଁଠି ବରଯାତ୍ରୀ ଗାଡ଼ି ଫସିଲା ତ ପୁଣି କେଉଠି ବିକ୍ଷୋଭକାରୀଙ୍କ ଆକ୍ରୋଶର ଶିକାର ହେଲେ ମଲ୍ କର୍ମଚାରୀ। ଆଜି ସକାଳୁ କିଛି ଘଣ୍ଟା ଧରି ଭୁବନେଶ୍ବର ଜୟଦେବ ବିହାର ପ୍ରବଳ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ। ଏନଏଚ୍ ୧୬କୁ ବନ୍ଦ କରି ବିକ୍ଷୋଭ କରିଥିଲେ।ବନ୍ଦ ଯୋଗୁଁ କିଛି କିଛି ସ୍ଥାନରେ ଗାଡ଼ି ଚଳାଚଳ ଉପରେ ପ୍ରଭାବ ଦେଖିବାକୁ ମିଳିଛି।
କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିବା ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/bharat-bandh-2026-02-12-09-30-07.jpg)