Student Death Photograph: (OTV)
ରାୟଗଡ଼ା ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ର ନିଆଁରେ ପୋଡି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାର ପ୍ରତିବାଦ । ଦୀର୍ଘ ୪୮ ଦିନର ସଂଘର୍ଷ ପରେ ଆଖିବୁଜିଛନ୍ତି ସପ୍ତମ ଶ୍ରେଣୀ ଛାତ୍ର ବିରେନ୍ ଟାକ୍ରି। ଚିକିତ୍ସାରେ ଅବହେଳାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ମୃତଦେହକୁ ବିଦ୍ୟାଳୟ ସମ୍ମୁଖରେ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି। ଗତ ଜାନୁୟାରୀ ୫ତାରିଖରେ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଇଥିଲା । ଏହି ଘଟଣାରେ ୪ଜଣ ଛାତ୍ର ପୋଡି ଯାଇଥିବା ବେଳେ ଗୁରୁତର ହୋଇଥିଲେ ବୀରେନ୍।
ଗୁରୁତର ଛାତ୍ରଙ୍କୁ ଏସସିବି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥଧାରେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି । ଧାରଣାସ୍ଥଳରେ ମୁନିଗୁଡା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/student-death-2026-02-25-13-56-00.jpg)