Advertisment

ରାଜଧାନୀରେ ପୁରୀ ଗଣଦୁଷ୍କର୍ମ ଘଟଣାର ତାତି

ଭୁବନେଶ୍ୱର : ପୁରୀ ଗଣଦୁଷ୍କର୍ମ ପ୍ରତିବାଦରେ ରାଜଧାନୀରେ ହଲ୍ଲାବୋଲ୍ ନବୀନ ନିବାସରେ ଧସେଇ ପଶିବାକୁ ଉଦ୍ୟମବେଳେ ବିଜେପି ମହିଳାମୋର୍ଚ୍ଚା କର୍ମୀ-ପୁଲିସ୍ ଧସ୍ତାଧସ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରକୁ ଟମାଟୋ ମାଡ଼। ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ବିଶାଳ ପ୍ରତିବାଦ କରି ଜାହିର କରିଛି ଅସନ୍ତୋଷ। ସେପଟେ ମାମଲାର ତଦନ୍ତରେ ବେଶି ଆଗକୁ ବଢ଼ିପାରିନି ପୁରୀ ପୁଲିସ୍। ମୁଖ୍ୟ ଅଭିଯୁକ୍ତ ସହ ଗିରଫ ୨ଜଣଙ୍କୁ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି […]

ରାଜଧାନୀରେ ପୁରୀ ଗଣଦୁଷ୍କର୍ମ ଘଟଣାର ତାତି

protest against rape

Advertisment

ଭୁବନେଶ୍ୱର : ପୁରୀ ଗଣଦୁଷ୍କର୍ମ ପ୍ରତିବାଦରେ ରାଜଧାନୀରେ ହଲ୍ଲାବୋଲ୍ ନବୀନ ନିବାସରେ ଧସେଇ ପଶିବାକୁ ଉଦ୍ୟମବେଳେ ବିଜେପି ମହିଳାମୋର୍ଚ୍ଚା କର୍ମୀ-ପୁଲିସ୍ ଧସ୍ତାଧସ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରକୁ ଟମାଟୋ ମାଡ଼। ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ବିଶାଳ ପ୍ରତିବାଦ କରି ଜାହିର କରିଛି ଅସନ୍ତୋଷ।

Advertisment

ସେପଟେ ମାମଲାର ତଦନ୍ତରେ ବେଶି ଆଗକୁ ବଢ଼ିପାରିନି ପୁରୀ ପୁଲିସ୍। ମୁଖ୍ୟ ଅଭିଯୁକ୍ତ ସହ ଗିରଫ ୨ଜଣଙ୍କୁ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କହିଛନ୍ତି ଏସ୍‌ପି।

ଏୟାରପୋର୍ଟ ରାସ୍ତା, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘର ଓ ଶିଶୁଭବନ ଛକ ସବୁଠି ପୁରୀ ଗଣଦୁଷ୍କର୍ମ ଘଟଣାର ଜବରଦସ୍ତ ପ୍ରତିବାଦ। ସରକାରଙ୍କ ବିରୋଧରେ ହଲ୍ଲାବୋଲ୍।

Advertisment

publive-imageଏୟାରପୋର୍ଟ-ନବୀନ ନିବାସ ରାସ୍ତାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବାକୁ ହଠାତ୍ ମାଡ଼ି ଆସିଥିଲା ବିଜେପି ମହିଳାମୋର୍ଚ୍ଚା। ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ହେଲେ କିଛି କର୍ମୀ ଚକ୍‌ମା ଦେଇ ଏକ ଗଳି ରାସ୍ତାରେ ପଶି ଟ୍ରାଫିକ ପୋଷ୍ଟ ଯାଏଁ ପହଞ୍ଚି ଯାଇଥିଲେ। ଏଭଳି ସ୍ଥିତି ଦେଖି ହଡ଼ବଡ଼େଇ ଯାଇଥିଲେ ସୁରକ୍ଷାକର୍ମୀ। ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା, ମଝି ରାସ୍ତାରେ ଶୋଇ ଓ ବସି ପ୍ରତିବାଦ କରିଥିଲେ କର୍ମୀ। ଏମିତିକି କ୍ରାଇମ୍ ପଛରେ ଓ୍ୱାଇନ୍‌ର ସ୍ଲୋଗାନ ଦେଇ ବି ଧାରଣାରେ ବସିଥିଲେ।

publive-imageଆଉ ଏପଟେ ପ୍ରଚଣ୍ଡ କ୍ଷୋଭ ଛାତ୍ର କଂଗ୍ରେସର । ସରକାରଙ୍କ ବିରୋଧରେ ଜୋରଦାର ନାରାବଜି, ପ୍ରତିବାଦ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ ସହ କ୍ୱାର୍ଟର୍ସ ଉପରକୁ ଧାଏଁ ଧାଏଁ କରିଥିଲେ ଟମାଟୋ ମାଡ଼। ଏମିତିକି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ସଂଗଠନ। ନହେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ବି ଅଣ୍ଡା ମାଡ଼ କରିବାକୁ ଦେଇଛି ଚେତାବନୀ।

Advertisment

ଆଉ ଏକ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଥିଲା ଶିଶୁଭବନ ଛକରେ। ମଦ ବ୍ୟାନ୍ ଦାବି ସହ ମହିଳାଙ୍କୁ ଅସମ୍ମାନ ପ୍ରତିବାଦରେ ନବୀନ ନିବାସ ଘେରାଉ ପାଇଁ ମାଡ଼ି ଆସିଥିଲା ନବନିର୍ମାଣ ଯୁବଛାତ୍ର ସଂଗଠନ। ସ୍ଥିତି ଅଣାୟତ୍ତ ହେବାରୁ ପ୍ରାୟ ୫୦ ଜଣଙ୍କୁ ଗିରଫ କରିଥିଲା ପୁଲିସ୍। ମାଷ୍ଟରକ୍ୟାଣ୍ଟିନ ଛକରୁ ରାଲିରେ ଆସିବାବେଳେ ବିକ୍ଷୋଭକାରୀ ହାତରେ ମଦ ବୋତଲ ଧରି ଅଭିନବ ଢଙ୍ଗରେ କରିଥିଲେ ପ୍ରତିବାଦ।

ଆଉ ଏପଟେ ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ୍ ତଦନ୍ତ ବେଶି ଆଗକୁ ବଢ଼ିପାରିନି।  ଅଧିକ ତଥ୍ୟ ହାସଲ ଲାଗି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ତାର ଜଣେ ସହଯୋଗୀକୁ ୭ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ହେଲେ ପୀଡ଼ିତାଙ୍କ ବୟାନ ଆଧାରରେ ବ୍ୟବହୃତ କାର୍ ଓ ମାମଲାରେ ସଂପୃକ୍ତ ଅନ୍ୟ ୨ଜଣଙ୍କୁ ବି ଏ ଯାଏଁ ଠାବ କରି ପାରିନି ପୁଲିସ୍। ତେବେ ପୀଡ଼ିତାଙ୍କୁ କୁମ୍ଭାରପଡ଼ାରେ ଛାଡ଼ିଥିବା ଯୁବକ ଓ ଯୁବତୀ ବି ତଦନ୍ତ ପରିସରଭୁକ୍ତ ହେବେ ବୋଲି କହିଛନ୍ତି ଏସ୍‌ପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ