Advertisment

‘ଲଙ୍ଗ୍ କୋଭିଡ଼ ରୋଗୀ ସଂକ୍ରାମକ ନୁହଁନ୍ତି’

ଭୁବନେଶ୍ୱର: ମହାମାରୀ କୋଭିଡ ମଣିଷକୁ ନାକେଦମ କରିସାରିଲାଣି। ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ କୋଭିଡକୁ ମାତ ଦେଇଛନ୍ତି । ଯେଉଁମାନେ କୋଭିଡ଼ରୁ ଭଲ ହେଉଛନ୍ତି, କୋଭିଡ ପରବର୍ତ୍ତୀ ସମସ୍ୟା ସହ ସେମାନେ ଜୁଝି ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା…

ଅଦ୍ୟତନ ହୋଇଛି
‘ଲଙ୍ଗ୍ କୋଭିଡ଼ ରୋଗୀ ସଂକ୍ରାମକ ନୁହଁନ୍ତି’

Jayant Panda

Advertisment

ଭୁବନେଶ୍ୱର: ମହାମାରୀ କୋଭିଡ ମଣିଷକୁ ନାକେଦମ କରିସାରିଲାଣି। ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ କୋଭିଡକୁ ମାତ ଦେଇଛନ୍ତି । ଯେଉଁମାନେ କୋଭିଡ଼ରୁ ଭଲ ହେଉଛନ୍ତି, କୋଭିଡ ପରବର୍ତ୍ତୀ ସମସ୍ୟା ସହ ସେମାନେ ଜୁଝି ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଦିନ ଲାଗୁଛି।

Advertisment

କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନେଇ କୋଭିଡ ପରିଚାଳନା କମିଟିର ବୈଷୟିକ ପରାମର୍ଶଦାତା ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି, ଲଙ୍ଗ୍ କୋଭିଡ଼ ବା ଦୀର୍ଘମିଆଦି କୋଭିଡ଼ ପରେ ରୋଗୀଙ୍କୁ ନିଦ ଠିକ୍‌ରେ ହୋଇ ନ ଥାଏ।  ଏପରିକି ଭୋକ ନହେବା, ଚିଡିଚିଡ଼ାପଣ ବଢିଯିବା ଦେଖାଯାଏ।
ଅନେକ କୋଭିଡ ରୋଗୀ ସୁସ୍ଥ ହେବା ପରେ ମାନସିକ ଅବସାଦଗ୍ରସ୍ତ ହେବାସହ ସ୍ମରଣଶକ୍ତି କମିଯିବା ପରି ଅନୁଭବ କରିଥାନ୍ତି।  ଏଥିସହିତ ହୃତ ସ୍ପନ୍ଦନ ବଢ଼ିବା, ଛାଡ଼ି ଧଡ଼ଧଡ଼ ହେବା ଲକ୍ଷଣ ମଧ୍ୟ ଦେଖାଯାଇଥାଏ। ଲଙ୍ଗଟର୍ମ କୋଭିଡ଼ ଥିଲେ ରୋଗୀ ଗୁରୁତର ହୋଇପଡ଼େ, ICUକୁ ଯାଇଥାଏ। ଶିଶୁମାନଙ୍କ କ୍ଷେତ୍ରରେ ଲଙ୍ଗ୍ କୋଭିଡ଼ ପ୍ରାୟତଃ କମ୍ ଦେଖାଯାଏ। ତେବେ ଲଙ୍ଗ୍ କୋଭିଡ଼ ରୋଗୀ ସଂକ୍ରାମକ ନୁହଁନ୍ତି, ତାଙ୍କ ଠାରୁ ରୋଗ ଡେଇଁବନି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ଲଙ୍ଗଟର୍ମ କୋଭିଡ଼ରୁ ମୁକ୍ତି ପାଇଁ ସେ କେତେ ମାତ୍ରାରେ ପୀଡ଼ିତ ତାହା ଉପରେ ନିର୍ଭର କରେ। ଯିଏ ଯେତେ ଗୁରୁତର ଥିବେ, ଭଲ ହେବାକୁ ସେତେ ଡେରି ହୋଇଥାଏ। ସାମାନ୍ୟ ବା ମଧ୍ୟମ ଧରଣର ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଇଥାନ୍ତି। ଯେଉଁମାନେ ଗୁରୁତର ହୋଇଥାନ୍ତି, ୧ରୁ ୩ ମାସ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥାନ୍ତି। ଯାହା ବି ହେଉ, କୋଭିଡ ପରବର୍ତ୍ତୀ ସ୍ଥିତି ପାଇଁ ସାବଧାନ ହୋଇ ଚାଲିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

ସୂଚନାଥାଉ କି,  ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୧୬ ଓ ଲୋକାଲ କେସ୍- ୧୫୧୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। 

ଅନ୍ୟପକ୍ଷେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମୁନି। ଏ ନେଇ ଗତ ୭ ତାରିଖ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ। ତେବେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଉଥିବାରୁ ସେ କହିଥିଲେ,  ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା କମୁନି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ