private school
ଭୁବନେଶ୍ୱର: ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକଙ୍କୁ ମିଳିଲା ଆଶ୍ୱସ୍ତି । ଘରୋଇ ସ୍କୁଲ ୧୫ ପ୍ରତିଶତ ଫି ଛାଡ଼ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। କରୋନା ବେଳେ ଘରୋଇ ସ୍କୁଲ ଫି ଛାଡ଼ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ରାଜ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିବେ ସେମାନଙ୍କ ଫିରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଯେଉଁମାନେ ଏମ୍ଓୟୁ ସ୍ୱାକ୍ଷର କରିନଥିବେ ସେମାନେ ୧୫ ପ୍ରତିଶତ ସ୍କୁଲ ଫି ଛାଡ଼ କରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ସ୍କୁଲର ଫିର ୧୫ ପ୍ରତିଶତ କମ୍ ଫି ୨୦୨୦-୨୧ରେ ଆଦୟ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସ୍କୁଲ ଦେୟ ଦାଖଲ କରିଛନ୍ତି ସେମାନଙ୍କୁ ବି ଏହି ସୁବିଧା ମିଳିବ ବୋଲି କୁହାଯାଇଛି। ତେବେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହା ଲାଗୁ ହେବ ନାହିଁ।
ଅନ୍ୟପକ୍ଷେ ଏହି ଫି ଛାଡକୁ ନେଇ ଅଭିଭାବକ ମହାଂସଘ ପକ୍ଷରୁ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ଏହି ୧୫ ପ୍ରତିଶତ କେଉଁ ଫି ଉପରେ ଛାଡ଼ କରାଯିବ ତାହା ବିଭାଗ ସ୍ପଷ୍ଟ କରୁବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school_1622789365.jpg)